ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଭାରତୀୟ ଗଣମାଧ୍ୟମର ପ୍ରଶଂସା କରି ଟାର୍ଗେଟ୍‌କୁ ଆସିଲେ ବାଇଡେନ୍, ଆମେରିକା ମିଡିଆ କ୍ଷୁବ୍ଧ ହେବାରୁ ଦେବାକୁ ପଡିଲା ସଫେଇ

28/09/2021 at 9:33 PM

ନୂଆଦିଲ୍ଲୀ ୨୮।୦୯: ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ବାଇଡେନ୍ ଭାରତୀୟ ଗଣମାଧ୍ୟମର ପ୍ରଶଂସା କରିଥିଲେ ଏବଂ ଆମେରିକା ସାମ୍ବାଦିକଙ୍କ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଆମେରିକା ଗଣମାଧ୍ୟମ ପ୍ରତିନିଧି ଅନେକ ଥର ବିଦେଶୀ ନେତାଙ୍କ ସାମ୍ନାରେ ମୂଳ ପ୍ରସଙ୍ଗରୁ ଦୂରେଇ ଯାଆନ୍ତି। ସେ ଏହା ମଧ୍ୟ କହିଥିଲେ ଯେ, ଆମେରିକନ ଗଣମାଧ୍ୟମ ତୂଳନାରେ ଭାରତୀୟ ଗଣମାଧ୍ୟମର ଆଚରଣ ବହୁତ ଭଲ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ସଂପନ୍ନ ହୋଇ ସାରିଛି ଏବଂ ହ୍ଵାଇଟ୍ ହାଉସ୍‌କୁ ବର୍ତ୍ତମାନ ଆମେରିକା ଗଣମାଧ୍ୟମ ପାଇଁ ସଫେଇ ଦେବାକୁ ପଡିଛି।

ହ୍ଵାଇଟ୍ ହାଉସ୍‌ର ପ୍ରେସ୍ ସେକ୍ରେଟାରୀ ଜେନ ସାକିଙ୍କୁ ମଙ୍ଗଳବାର ଏହି ମାମଲାରେ ଆମେରିକାର ଅନେକ ସାମ୍ବାଦିକଙ୍କ କଡା ପ୍ରଶ୍ନର ସାମ୍ନା କରିବାକୁ ପଡିଛି। ଜେନ ମଧ୍ୟ ରାଷ୍ଟ୍ରପତି ବାଇଡେନ୍‌ଙ୍କ ବୟାନକୁ ତର୍କସଙ୍ଗତ କହିଛନ୍ତି। ସେ କହିଛନ୍ତି ଜୋ  ବାଇଡେନ୍ କୌଣସି ବି ସାମ୍ବାଦିକଙ୍କୁ ଆଘାତ ଦେବାକୁ ଚାହୁଁନଥିଲେ। ରାଷ୍ଟ୍ରପତିଙ୍କ କହିବା କଥା ବେଳେ ବେଳେ ଆମେରିକନ ଗଣମାଧ୍ୟମ ଠିକ୍ ପଏଣ୍ଟକୁ ଆସିପାରିନଥାଏ। ମୁଁ ଜାଣି ପାରୁଛି ଯେ, କେହି ଏହି ଧରଣର କଥା ଶୁଣିବାକୁ ଚାହିଁବ ନାହିଁ ବୋଲି ଜେନ ସାକି କହିଛନ୍ତି।

ସାକି ଉଦାହରଣ ଦେଇ କହିଛନ୍ତି, ଯଦି କୋଭିଡ୍ ଭ୍ୟାକ୍ସିନ ବିଷୟରେ ଆଜି ଆଲୋଚନା କରିବାର ଅଛି ତେବେ ପ୍ରଶ୍ନ ଏହି ବିଷୟ ସଂପର୍କିତ ହେବା ଉଚିତ୍। ମାତ୍ର ଅନେକ ଥର ପ୍ରସଙ୍ଗକୁ ହଟି ଅଲଗା ପ୍ରଶ୍ନ କରାଯାଏ ଆଉ ମୂଳ ପ୍ରସଙ୍ଗ ଆଲୋନଚାରୁ ଦୂରେଇ ଯାଏ। ରାଷ୍ଟ୍ରପତି ନିଜର ଏହି କଥାକୁ ଆମେରିକା ଗଣମାଧ୍ୟମକୁ କହିବାକୁକ ଚାହୁଁଥିଲେ। ମୋତେ ଲାଗୁନାହିଁ ଯେ, ବାଇଡେନ୍ ନିଜର ଏହି ବୟାନକୁ ନେଇ ଆମେରିକା ଗଣମାଧ୍ୟମକୁ ସମାଲୋଚନା କରିବାକୁ ଚାହୁଁଥିଲେ।

   Related Posts