ମୁମ୍ବାଇ ୧୦/୯: ଟିଭି ଶୋ ବିଦାଇ ଫେମ୍ ଅଭିନେତ୍ରୀ ସାରା ଖାନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ସାରା ଇନଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରଶଂସକଙ୍କୁ ଏବିଷୟରେ ସୂଚନା ଦେଇଛନ୍ତି।
{"id":327640,"sizeSlug":"large"}ସାରା ଲେଖିଛନ୍ତି ଯେ ଦୁର୍ଭାଗ୍ୟବଶତଃ ଆଜି ତାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି। ଅଥୋରିଟି ଏବଂ ଡାକ୍ତର ତାଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ କହିଛନ୍ତି। ସେ ଭଲ ଅନୁଭବ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ଠିକ୍ ହେବାର ଆଶା ରଖିଛନ୍ତି। ସାରାଙ୍କ ଏହି ପୋଷ୍ଟରେ ପ୍ରଶଂସକ ସମେତ ସେଲେବ୍ସମାନେ ରିଆକ୍ଟ କରିଛନ୍ତି। ସମସ୍ତେ ସାରାଙ୍କୁ ଆରାମ କରିବାକୁ ଏବଂ ଶୀଘ୍ର ଆରୋଗ୍ୟ ହେବାକୁ କହିଛନ୍ତି।
{"id":327637,"sizeSlug":"large"}ସାରା ୨୦୦୭ମସିହାରେ ଶୋ ସପନା ବାବୁଲ କା...ବିଦାଇରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ରିୟଲିଟି ଶୋରେ ନଜର ଆସିଥିଲେ। ସାରା ବିଗ୍ ବସ୍ ୪ରେ ମଧ୍ୟ ପ୍ରତିଯୋଗୀ ରହିଥିଲେ। ସାରା ଏବେ ଶୋ ସନ୍ତୋଷୀ ମା ସୁନାଏଁ ବ୍ରତ କଥାଏଁ ରେ କାମ କରୁଛନ୍ତି। ସାରା ଟିଭି ବ୍ୟତୀତ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କିନ୍ତୁ ତାଙ୍କୁ ସେଥିରେ ଖାସ୍ ସଫଳତା ମିଳିନଥିଲା।
{"id":327634,"sizeSlug":"large"}ସାରା ଖାନ୍ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସାରା ସବୁବେଳେ ବିବାଦରେ ରହିଥାନ୍ତି। ସେ ନିଜ ରିଲେସନଶିପକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ସାରା ବିଗ୍ ବସ୍ ୧୩ରେ ଥିବା ପାରସ ଛାବ୍ରାଙ୍କୁ ମଧ୍ୟ ଡେଟ୍ କରି ସାରିଛନ୍ତି। ଏବେ ସେ ଅଙ୍କିତ ଗେରାଙ୍କ ସହ ରିଲେସନଶିପରେ ଥିବାର ଶୁଣିବାକୁ ମିଳିଥିଲା। ସାରା ବିଗ୍ ବସରେ ଅଲି ମର୍ଚାଣ୍ଟଙ୍କୁ ବିବାହ କରିଥିଲେ। କିନ୍ତୁ ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା।
{"id":327630,"sizeSlug":"large"}