ସାବାସ୍ ବିଚିତ୍ରାନନ୍ଦ: ହଜାର ହଜାର ଅଲିଭ୍ ରିଡଲେ, ସାପ ଓ ଘରଚଟିଆଙ୍କ ତ୍ରାଣକର୍ତ୍ତା

Published By : Prameya-News7 Bureau | February 04, 2020 IST

ଭୁବନେଶ୍ବର ୦୪।୦୨:  ପ୍ରତିଦିନ ସମୁଦ୍ର ଓ ନଦୀକୂଳରେ ବହୁ ସଂଖ୍ୟାରେ ବିଭିନ୍ନ ପ୍ରକାର କଇଁଛମାନେ ମରି ପଡିଥାନ୍ତି । ସାଧାରଣତଃ ଏମାନେ ମାଛ ଧରା ଟ୍ରଲର ଧକ୍କାରେ ପ୍ରାଣ ହରାଇଥାନ୍ତି । ତ ଆଉ କିଛି ଆହତ ଅବସ୍ଥାରେ ପଡି ପଡି ମୃତ୍ୟୁବରଣ କରିଥାନ୍ତି । କିନ୍ତୁ ସମୁଦ୍ରକୂଳରେ ଆହତ ହୋଇ ପଡିଥିବା କଇଁଛମାନଙ୍କ ପାଇଁ ଜନ୍ମଦାତା ପାଲଟିଛନ୍ତି ଓଡିଶା ବିଚିତ୍ରାନନ୍ଦ ବିଶ୍ବାଳ (ବିଚି ଭାଇ )।

ବିଚିତ୍ରାନନ୍ଦ ୧୯୯୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ  ଲକ୍ଷାଧିକ ଅଲିଭ ରିଡଲେ କଇଁଛମାନଙ୍କ ଜୀବନ ବଞ୍ଚାଇ ସାରିଛନ୍ତି  । ଓଡିଶାର ବାସ କରୁଥିବା ବିଚିତ୍ର ବିରଳ ସମୁଦ୍ର ଜୀବନକୁ ସୁରକ୍ଷା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିଥାନ୍ତି ।  ତାଙ୍କୁ ଦେଖିଲେ ମନେ ହୁଏ ଯେପରି ସେ ନିଜର ସମଗ୍ର ଜୀବନ ସେମାନଙ୍କୁ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ।

କେବଳ କଇଁଛ ନୁହେଁ ପାଖାପାଖି ୨୦୦୦ସାପକୁ ମଧ୍ୟ ଉଦ୍ଧାର କରିସାରିଛନ୍ତି । ଘରଚଟିଆ ଚଢେଇଙ୍କ ପାଇଁ କାଠି-କୁଟାରେ କୃତ୍ରିମଘର ମଧ୍ୟ ନିର୍ମାଣ କରି ତାଙ୍କୁ ସୁରକ୍ଷିତ ରଖିଛନ୍ତି। ଏସବୁ ଦେଖି ତାଙ୍କୁ ନିଜର ପିଲାବେଳର କଥା ମନେପଡିଥାଏ। ଏହା ସହିତ ତାଙ୍କୁ ଆଗକୁ ବଢିବାର ଉତ୍ସାହ ମିଳିଥାଏ।

ସେ ଚାହାନ୍ତି ନାହିଁ ଆଗାମୀ ପିଢି ଏହି ସବୁକୁ କେବଳ ଫଟୋରେ ଦେଖୁ କିମ୍ବା ବହିରୁ ପଢି ଜାଣୁ। ବିଚିତ୍ରାନନ୍ଦଙ୍କ ଏଭଳି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଚେତନତା ବାର୍ତ୍ତାକୁ ନେଇ ଅନେକ ଲୋକ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.