ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବିଚାରପତିଙ୍କ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ, ମାଆ ଆଣିଲେ ସଂଗୀନ ଅଭିଯୋଗ, କହିଲେ ‘ମୋ ପୁଅକୁ ହତ୍ୟା କରିଛନ୍ତି ସ୍ତ୍ରୀ ଓ ଶଳା’

3/09/2022 at 2:04 PM

କଟକ ୦୩/୦୯: ବିଚାରପତି ସୁବାସ ବିହାରୀ ମୃତ୍ୟୁ ଘଟଣା । ସୁବାସଙ୍କ ସ୍ତ୍ରୀ ଏବଂ ଶଳା ନାଁରେ ହତ୍ୟା ଅଭିଯୋଗ ଆଣିଲେ ସୁବାସଙ୍କ ପରିବାର । ସୁବାସ ଆତ୍ମହତ୍ୟା କରିନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ସୁବାସଙ୍କ ମାଆ । ଏନେଇ କଟକ ମର୍କତନଗର ଥାନାରେ ଅଭିଯୋଗ କରିବେ ସୁବାସଙ୍କ ପରିବାର ।

ପ୍ରତିକ୍ରିୟା ରଖିଛନ୍ତି ସୁବାସଙ୍କ ମାଆ ଓ ଭାଇ । ଗତକାଲି କଟକସ୍ଥିତ ବାସଭବନରୁ ମିଳିଥିଲା ସୁବାସଙ୍କ ମୃତଦେହ । ସୂଚନା ଥାଉକି, କଟକ ପକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଭଳି ଚାଂଚଲ୍ୟକର ଖବର ସାମ୍ନାକୁ ଆସିଥିଲା । ଅପରାହ୍ନ ପ୍ରାୟ ସାଢେ଼ ଗୋଟାଏ ବେଳେ ତାଙ୍କ ବାସଭବନରୁ ପୋଲିସ ଗୋଟିଏ ରଶି ଜବତ କରିଥିଲା । ଫାଶୀ ଦେଇ ବିଚାରପତି ବିହାରୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି ।

ଗତ ଦେଢ ବର୍ଷ ତଳେ ବିଚାରପତି ସୁବାସ ବିହାରୀ କଟକ ପୋସ୍କୋ ଅଦାଲତରେ ଯୋଗ ଦେଇଥିଲେ । ଜଣେ ମେଳାପି ଏବଂ କର୍ତ୍ତବ୍ୟନିଷ୍ଠ ବିଚାରପତି ଭାବେ ତାଙ୍କର ସୁଖ୍ୟାତି ଥିଲା । ତେବେ ଗତ ଦୁଇ ଦିନ ଧରି ସେ ମାନସିକ ଅବସରରେ ରହୁଥିଲେ ବୋଲି କହିଛନ୍ତି ପୋସ୍କୋ ଅଦାଲତର ସରକାରୀ ଓକିଲ ।

   Related Posts