କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ହାଜର ହେବେ ଓଟିଭିର ପୂର୍ବତନ ଅଧିକାରୀ ବିଭୂ ପ୍ରସାଦ ରଥ !
5/11/2020 at 3:12 PM

ଭୁବନେଶ୍ବର ୫।୧୧: ଆଜି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ହାଜର ହୋଇପାରନ୍ତି ଓଟିଭିର ପୂର୍ବତନ ଅଧିକାରୀ ବିଭୂ ପ୍ରସାଦ ରଥ । ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ବିଭୂ ପ୍ରସାଦ ରଥଙ୍କୁ ପଚରାଉଚରା କରିବା ପାଇଁ ନୋଟିସ୍ ଜାରି କରିଥିଲା । ସେହି ନୋଟିସ ଆଧାରରେ ବିଭୂ ପ୍ରସାଦ ରଥ ଆଜି ଅପରାହ୍ନରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ନିକଟରେ ହାଜର ହୋଇପାରନ୍ତି ବୋଲି ସୂଚନା ମିଳିଛି ।
ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କ ପରେ ବିଭୂ ପ୍ରସାଦ ରଥଙ୍କ ଉପରେ ଇଓଡବ୍ଲ୍ୟୁର ନଜର ରହିଛି । ସାରୁଅ ଘଟଣାରେ ପୂର୍ବରୁ ୨ ଜଣଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।