ଶ୍ୱାତୀ ମାଲିୱାଲ ମାମଲାରେ ଆଉ ୩ ଦିନ ପୋଲିସ ରିମାଣ୍ଡରେ ରହିବେ ବିଭବ କୁମାର

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ ୨୮।୯: ଆମ ଆଦମୀ ପାର୍ଟି (ଆପ) ସାଂସଦ ଶ୍ୱାତୀ ମାଲିୱାଲଙ୍କ ସହିତ କଥିତ ମାରପିଟ ମାମଲାରେ ଅଭିଯୁକ୍ତ ବିଭବ କୁମାରଙ୍କୁ କୋର୍ଟ ଆଉ ୩ ଦିନ ପୋଲିସ ରିମାଣ୍ଡ ମଞ୍ଜୁର କରିଛନ୍ତି। ଦିଲ୍ଲୀ ତିଶହଜାରୀ କୋର୍ଟ ମଙ୍ଗଳବାର ଏହି ରାୟ ଦେଇଛନ୍ତି। ଏବେ ବିଭବ କୁମାରଙ୍କୁ ମେ ୩୧ ତାରିଖ ଦିନ କୋର୍ଟରେ ହାଜର କରାଯିବ। ବିଭବ କୁମାରଙ୍କୁ ପୋଲିସ ଦ୍ୱିତୀୟବାର ରିମାଣ୍ଡରେ ନେଇଛି। ଏହା ପୂର୍ବରୁ କୋର୍ଟ ତାଙ୍କୁ ୪ ଦିନ ପୋଲିସ ରିମାଣ୍ଡରେ ପଠାଇଥିଲେ। 

ଆପ ସାଂସଦ ତଥା ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ଶ୍ୱାତୀ ମାଲିୱାଙ୍କ ସହିତ ହୋଇଥିବା ମାରପିଟ ମାମଲାରେ ବିଭବ କୁମାରଙ୍କୁ ପୋଲିସ ଗିରଫ କରିଥିଲା। ମଙ୍ଗଳବାର ତିଶହଜାରୀ କୋର୍ଟରେ ମେଟ୍ରୋପାଲିଟନ ମାଜିଷ୍ଟ୍ରେଟ୍ ଗୌରବ ଗୋୟଲ ମାମଲାର ଶୁଣାଣି  କରିଛନ୍ତି। ଏହା ପରେ କୋର୍ଟ ବିଭବ କୁମାର ଙ୍କୁ ଦ୍ୱିତୀୟବାର ପୋଲିସ ରିମାଣ୍ଡରେ ପଠାଇଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ମେ ୩୧ ତାରିଖରେ ହେବ। 

ଦିଲ୍ଲୀ ପୋଲିସ ବିଭବ କୁମାରଙ୍କୁ କୋର୍ଟରେ ହାଜର କରି ଆଉ ୫ ଦିନ ରିମାଣ୍ଡ ଦାବି କରିଥିଲା। ତେବେ ମେଟ୍ରୋପାଲିଟନ ମାଜିଷ୍ଟ୍ରେଟ୍ ପୁରା ମାମଲା ଶୁଣିବା ପରେ ୩ ଦିନ ରିମାଣ୍ଡ ମଞ୍ଜୁର କରିଛନ୍ତି। ବିଭବ କୁମାରଙ୍କୁ ୩୧ ମେ ଅପରାହ୍ନରେ ପୋଲିସ କୋର୍ଟରେ ହାଜର କରିବ। ଶ୍ୱାତୀ ମାଲିୱାଲ ମାରପିଟ ମାମଲାରେ ଅଭିଯୁକ୍ତ ବିଭବ କୁମାରଙ୍କୁ ଦିଲ୍ଲୀ ପୋଲିସ ମେ ୧୮ ତାରିଖ ଦିନ ଗିରଫ କରିଥିଲା। ମେ ୨୪ ତାରିଖ ଦିନ କୋର୍ଟ ତାଙ୍କୁ ୪ ଦିନିଆ ପୋଲିସ ରିମାଣ୍ଡରେ ଛାଡିଥିଲା ଯାହା ମଙ୍ଗଳବାର ସମାପ୍ତ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.