ଗର୍ଜିଲେ ରାଣୀ, ‘ମୋତେ ବଦ୍‌ନାମ୍ କଲ, ଏବେ କ’ଣ ଚାଲିଛି’ : କଳିଙ୍ଗ ସେନା ଦେଲା ଏତଲା

Published By : Prameya-News7 Bureau | February 07, 2020 IST

ଭୁବନେଶ୍ବର ୭।୨: ପୁଣି ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ । ଖୋଲାଖୋଲି ନିୟମର ହୋଇଛି ଉଲ୍ଲଂଘନ । ସବୁକିଛି ନୀତି, ନିୟମକୁ ପାଦରେ ଦଳି ନାଟକ ପୂର୍ବରୁ ମଞ୍ଚ ଉପରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ କଳିଙ୍ଗ ସେନା ବିରୋଧ କରିଛି । କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ଏନେଇ ଏତଲା ଦିଆଯାଇଛି । କଳିଙ୍ଗ ଗଣନାଟ୍ୟ ଓ ଖଣ୍ଡଗିରି ଯାତ୍ରା କମିଟି ବିରୋଧରେ ଏତଲା ଦିଆଯାଇଛି । ଧାରା ୨୯୪ ଅନୁଯାୟୀ ଯାତ୍ରା ମାଲିକ ଓ ଆୟୋଜକଙ୍କୁ ଗିରଫ କରିବାକୁ ଦାବି କରାଯାଇଛି ।

{"id":221276,"sizeSlug":"large"}

ଅନ୍ୟପଟେ ଆଇଟମ୍ ଗର୍ଲ  ରାଣୀ ପଣ୍ଡା ଏବଂ ସେ ଥିବା ଯାତ୍ରା ପାର୍ଟିକୁ ବ୍ୟାନ୍‌ କରିଥିଲେ ଏବେ ସେହି ନୀତିକୁ ନିଜେ ଭାଙ୍ଗିଦେଲେ । ଯାହାକୁ ନେଇ ମୁହଁ ଖୋଲିଛନ୍ତି ରାଣୀ ପଣ୍ଡା । ଭିଡିଓ ଜାରି କରି ସେ କମିଟି ସଦସ୍ୟ, ଯାତ୍ରା ପାର୍ଟି, ପ୍ରଶାସକ, ପୋଲିସ, ବିଏମସି ସମସ୍ତଙ୍କ ଉପରେ ବର୍ଷିଛନ୍ତି ରାଣୀ ପଣ୍ଡା । କାହାକୁ ମଧ୍ୟ ଛାଡିନାହାନ୍ତି ।

{"id":221277,"sizeSlug":"large"}

ଯଦି ମୋ ପାଇଁ ଏବଂ ମୋ ଅଭିନୀତ ଯାତ୍ରା ଦଳ ପାଇଁ ଗୋଟିଏ ନିୟମ ହେଲା ତେବେ ଏ ଯାତ୍ରା ଦଳକୁ ଏଭଳି ଅଶ୍ଲୀଳ ନୃତ୍ୟ ପାଇଁ ଅନୁମତି କିପରି ମିଳିଲା ବୋଲି ରାଣୀ ପ୍ରଶ୍ନ କରିଛନ୍ତି । କ’ଣ ରାଣୀ ପଣ୍ଡା ପାଇଁ ଗୋଟିଏ ନିୟମ ଅନ୍ୟମାନଙ୍କ ପାଇଁ ଆଉ ଗୋଟିଏ ନିୟମ । ଏହାର ଉତ୍ତର କିଏ ଦେବ ବୋଲି ସୋ ପ୍ରଶ୍ନ କରିଛନ୍ତି ।

{"id":221270,"sizeSlug":"large"}

ଯେଉଁ ସମାଜସେବୀ, ଯେଉଁ ସଙ୍ଗଠନ ମୋତେ ବିରୋଧ କରିଥିଲେ ସେମାନେ ଏବେ କୁଆଡେ ଗଲେ ବୋଲି ରାଣୀ କହିଛନ୍ତି । ତାଙ୍କୁ କ’ଣ ଏବେ ଏଭଳି ନୃତ୍ୟ ପ୍ରଦର୍ଶନ ଦେଖାଯାଉନାହିଁ । ଯେଉଁ ଯାତ୍ରା ପାର୍ଟିରେ ଏହି ନୃତ୍ୟ ହୋଇଛି ସେହି ଯାତ୍ରା ଦଳର ମାଲିକ ନୀରବ କାହିଁକି ଅଛନ୍ତି । ସେ ଏହାର ଉତ୍ତର ଦିଅନ୍ତୁ ବୋଲି ପ୍ରଶ୍ନ ଉଠାଇଛନ୍ତି ଆଇଟମ୍ ଗର୍ଲ ରାଣୀ ପଣ୍ଡା ।

{"id":221272,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖଣ୍ଡଗିରି କୁମ୍ଭ ମେଳାରେ ଯାତ୍ରା ପେଣ୍ଡାଲରେ ଚଳିତବର୍ଷ ଆଇଟମ୍ ଡ୍ୟାନ୍ସ ଉପରେ ବ୍ୟାନ୍ ଲଗାଯାଇଥିଲା । ଏନେଇ ବିଏମସି ପ୍ରଶାସକଙ୍କ ପକ୍ଷରୁ ଯାତ୍ରା କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ମଞ୍ଚରେ ଅଶ୍ଲୀଳ ନାଚ ହେବ ନାହିଁ ବୋଲି ଆୟୋଜକମାନେ ମତ ଦେଇଥିଲେ ।

{"id":221273,"sizeSlug":"large"}

ଗତବର୍ଷ ଖଣ୍ଡଗିରି ଯାତ୍ରାରେ ବିଭିନ୍ନ ଅପେରା ପାର୍ଟିଙ୍କ ଦ୍ବାରା ଆୟୋଜିତ ରେକର୍ଡ ଡ୍ୟାନ୍ସରେ ଆଇଟମ୍ ଗାର୍ଲଙ୍କ ଅଶ୍ଳୀଳ ନୃତ୍ୟ ପୂରା ସୀମା ଟପିଥିଲା । ଯାହାକୁ ନେଇ ନିଜ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ପରିବାର ସହ ଯାତ୍ରା ଦେଖିବାକୁ ଆସୁଥିବା ସାଧାରଣ ଲୋକ । ଲୋକଙ୍କ ଅସନ୍ତୋଷକୁ ଦେଖି ସେତେବେଳେ ଏଭଳି ଅଶ୍ଳୀଳତା ବିରୋଧରେ ସ୍ବର ଉତ୍ତୋଳନ କରିଥିଲା ନ୍ୟୁଜ୍ ୭ । ଆଉ ବାରମ୍ବାର ଖବର ପ୍ରସାରଣ ପରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବ୍ୟାନ୍ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.