ଆରବିଆଇର ଜେନେରାଲ ମ୍ୟାନେଜରଙ୍କ ଆତ୍ମହତ୍ୟା : ହୋଟେଲରୁ ଝୁଲନ୍ତା ଶବ ଉଦ୍ଧାର

Published By : Prameya-News7 Bureau | October 26, 2019 IST

ଭୁବନେଶ୍ବର ୨୬/୧୦: ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁଆହାଟୀ ବ୍ରାଞ୍ଚର ଜେନେରାଲ ମ୍ୟାନେଜର ଯାଜପୁରରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ପୋଲିସଙ୍କ କହିବା ଅନୁସାରେ ଏହି ଘଟଣାଟି ସକାଳେ ଚଣ୍ଡିଖୋଲରେ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଆଶିଷ ରଞ୍ଜନ ସାମଲ। ସେ ଯାଜପୁର ଜିଲ୍ଲାର ନରହରିପୁର ଗାଁରେ ରହୁଥିଲେ।

ଆଶିଷ ତାଙ୍କ ମାଆଙ୍କୁ ଭେଟିବା ପାଇଁ ଗତ ଗୁରୁବାର ତାଙ୍କ ଗାଁକୁ ଯାଇଥିଲେ। ଏହା ପରେ ସେ ତାଙ୍କ ପତ୍ନୀଙ୍କୁ ଦେଖା କରିବାକୁ ଭୁବନେଶ୍ବର ଚାଲି ଯାଇଥିଲେ। ଆଶିଷଙ୍କ ପତ୍ନୀ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଡାକ୍ତର । ଦମ୍ପତ୍ତିଙ୍କ ପୁଅ ଦ୍ବାଦଶ କକ୍ଷରେ ପଢ଼ୁଛନ୍ତି।

ପୋଲିସଙ୍କ କହିବାନୁସାରେ ଆଶିଷ ଗତ ଗୁରୁବାର ସନ୍ଧ୍ୟାରେ ହୋଟେଲକୁ ଆସିଥିଲେ। ଗତକାଲି ହୋଟେଲ୍ କର୍ମଚାରୀ ଯେତେବେଳେ କବାଟ ବାଡ଼େଇଥିଲେ ସେତେବେଳେ ଭିତରୁ କୌଣସି ଉତ୍ତର ମିଳିନଥିଲା। ଏହା ପରେ ହୋଟେଲ କର୍ମଚାରୀ ପୋଲିସକୁ ଡାକିଥିଲେ। ଏହା ପରେ କବାଟ ଭାଙ୍ଗିବାରୁ ଆଶିଷ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.