ଭୁବନେଶ୍ୱର ଏବଂ ଇଶାନ୍ତଙ୍କ ଖେଳ ଖତମ୍ ! କଣ୍ଟ୍ରାକ୍ଟ ଲିଷ୍ଟରେ ସାମିଲ୍ କଲାନି BCCI
27/03/2023 at 11:50 AM

ମୁମ୍ବାଇ ୨୭।୦୩ : ରବିବାର (୨୬ ମାର୍ଚ୍ଚ) ଦିନ ବିସିସିଆଇ ଖେଳାଳିଙ୍କ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି । ଏଥିରେ ଅନେକ ସିନିୟର ଖେଳାଳିଙ୍କୁ ବାଦ୍ ଦିଆଯାଇଥିବା ବେଳେ କିଛି ଯୁବ କ୍ରିକେଟରଙ୍କୁ ପ୍ରଦର୍ଶନ ବଦଳରେ ପୁରସ୍କାର ମିଳିଛି । ରବିନ୍ଦ୍ର ଜାଡେଜା, ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ୍ ବୁମ୍ରାହ ‘A+’ ଶ୍ରେଣୀରେ ସ୍ଥାନ ପାଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ‘C’ ରୁ ‘A’ ଶ୍ରେଣୀକୁ ଆସିଛନ୍ତି ।
ବିସିସିଆଇ ପକ୍ଷରୁ ଜାରି ହୋଇଥିବା ତାଲିକା ଅନୁସାରେ, ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟରେ ଅନେକ ସିନିୟର ଖେଳାଳି ବାଦ୍ ପଡିଛନ୍ତି ।କିଛି ବର୍ଷ ଧରି କେବଳ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଏଥର ବିସିସିଆଇ କଣ୍ଟ୍ରାକ୍ଟରୁ ବାହାର କରିଦେଇଛି । ସେହିପରି ଆଉ ଜଣେ ବୋଲର ମଧ୍ୟ କଣ୍ଟ୍ରାକ୍ଟ ଲିଷ୍ଟରୁ ବାହାର ରଖିଛି ବିସିସିଆଇ । ସେ ହେଉଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର ।
NEWS 🚨- BCCI announces annual player retainership 2022-23 – Team India (Senior Men).
— BCCI (@BCCI) March 26, 2023
More details here – https://t.co/kjK4KxoDdK #TeamIndia
ଭୁବନେଶ୍ୱର କୁମାର ଟି-୨୦ ବିଶ୍ୱକପ୍ ପରଠାରୁ ଆହତ ସମସ୍ୟା ଲାଗି ଟିମ୍ରୁ ବାଦ୍ ପଡିଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ଦଳରେ ନିଜ ସ୍ଥାନକୁ ପକ୍କା କରିଥିଲେ । ଟି-୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ସାମିଲ ଥିଲେ । ନଭେମ୍ବର ୨୦୨୨ ପରଠାରୁ ଭୁବନେଶ୍ୱର କୁମାର କୌଣସି ମ୍ୟାଚ୍ ଖେଳିନାହାନ୍ତି । ଜାନୁଆରୀ ୨୦୨୨ରେ ଭୁବନେଶ୍ୱର କୁମାର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ ।
ସେହିପରି ଇଶାନ୍ତ ଶର୍ମାଙ୍କ ମଧ୍ୟ ଶେଷ ହେବା ପରି ମନେ ହେଉଛି । ଲମ୍ବା ସମୟ ଧରି ଫିଟ୍ନେସ୍ ସମସ୍ୟାରେ ଛନ୍ଦି ହୋଇଛନ୍ତି ଇଶାନ୍ତ । ନଭେମ୍ବର ୨୦୨୧ରେ ଇଶାନ୍ତ ଶର୍ମା ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେବେଠାରୁ ଇଶାନ୍ତ ଟିମ୍ରେ ନିଜ ପାଇଁ ଏକ ଜାଗା ସୃଷ୍ଟି କରିବାରେ ବିଫଳ ହୋଇଛି । ଆଉ ଏବେ ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟରୁ ବାହାର ରଖିବା, ଇଶାନ୍ତ କ୍ୟାରିୟର ଶେଷ ହେଲା ଭଳି ସଙ୍କେତ ଦେଉଛି । ଏହାପୂର୍ବ ତାଙ୍କ ନାମ ‘B’ ଶ୍ରେଣୀରେ ସାମିଲ ଥିଲା ।
ଇଶାନ୍ତ ଭାରତ ପକ୍ଷରୁ ୧୦୫ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ଇଶାନ୍ତ ୩୧୧ଟି ଓ୍ୱିକେଟ୍ ନେଇଛନ୍ତି । ତାଙ୍କ କ୍ୟାରିୟର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୭୪ ରନ୍ ଦେଇ ୭ଟି ଓ୍ୱିକେଟ୍ ନେଇଛନ୍ତି । ସେହିପରି ୮୦ଟି ଦିନିକିଆ ମ୍ୟାଚ୍ ଖେଳି ଇଶାନ୍ତ ୧୧୫ ଓ୍ୱିକେଟ୍ ନିଜ ନାମରେ କରିଛନ୍ତି । ଇଶାନ୍ତ ନିଜ କ୍ୟାରିୟରରେ ୧୪ଟି ଟି-୨୦ ମ୍ୟାଚ୍ ଖେଳି ମାତ୍ର ୮ଟି ଓ୍ୱିକେଟ୍ ନେଇଛନ୍ତି ।