YouTubeର ବାଦଶାହ ଭୁବନ ବାମ୍‌, ‘BB Ki Vines’ରୁ କରନ୍ତି ଏତିକି ଟଙ୍କାର କଲେକସନ୍‌

Published By : Prameya-News7 Bureau | January 08, 2023 IST

ମୁମ୍ଵାଇ ୦୮।୦୧: ୟ୍ୟୁଟୁବର ବାଦଶାହ ଭୁବନ ବାମ। ତାଙ୍କର ପ୍ରକୃତ ନାମ ହେଉଛି 'ଭୁବନ ଅବନୀନ୍ଦ୍ର ଶଙ୍କର ବାମ' । ହାସ୍ୟ ଅଭିନେତା ହେବା ବ୍ୟତୀତ ସେ ଜଣେ ଲେଖକ, ଗାୟକ, ଗୀତିକାର ମଧ୍ୟ ଅଟନ୍ତି। ୟୁଟ୍ୟୁବରେ ଭିଡିଓ ଲଗାଇବା ପୂର୍ବରୁ ସେ ଗୀତ ଗାଇ ଟଙ୍କା ରୋଜଗାର କରୁଥିଲେ। ଏହା ପରେ ଭୁବନ୍‌ ବାମ ୟୁଟ୍ୟୁବରେ 'ବିବି କି ଭିନ୍ସ' ଆରମ୍ଭ କରିଥିଲେ । ତାଙ୍କର ଭିଡିଓ ସାରା ବିଶ୍ୱରେ ଭାଇରାଲ ହୋଇଥିଲା। ତାଙ୍କର ଡିଜିଟାଲ୍ ସିରିଜ୍ 'ଟିଟୁ ଟକସ୍‌' ଏବଂ 'ଢିଣ୍ଡୋରା' ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା । ସେ 'ତେରୀ ମେରୀ କାହାନି', 'ସାଙ୍ଗ ହୁନ୍ ତେରେ', 'ସଫର' ଏବଂ 'ଅଜନାବି' ଭଳି ଟିଭି ସିରିଏଲରେ କାମ କରିଛନ୍ତି।

wp:html
/wp:html

ସେ ୟୁଟ୍ୟୁବ୍ ଭିଡିଓ ଏବଂ ବିଜ୍ଞାପନ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଭୁବନ ବାମ ନିଜେ ପ୍ରକାଶ କରିଛନ୍ତି ଯେ ସେ ୟୁଟ୍ୟୁବ ମାଧ୍ୟମରେ କୋଟି ଟଙ୍କା ରୋଜଗାର କରୁଛନ୍ତି। 'ବିବି କି ଭାଇନ୍ସ'ର ପ୍ରାୟ ୨୫.୭ ନିୟୁତ ଗ୍ରାହକ ଅଛନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କର ନିଟ୍ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା।

ସେ ଗୋଟିଏ ବର୍ଷରେ ୪ କୋଟି ଟଙ୍କା ରୋଜଗାର କରନ୍ତି । ତାଙ୍କର ମାସିକ ଆୟ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ବର୍ତ୍ତମାନ, ଭୁବନ ବାମ 'ତାଜା ଖବର' ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ୱେବ୍ ସିରିଜ୍ 'ହଟଷ୍ଟାର୍'ରେ ମୁକ୍ତିଲାଭ କରିଛି । ଭୂବନଙ୍କ ସହ ମୁଖ୍ୟ ଭୂମିକାରେ ଶ୍ରୀୟା ପିଲଗାଓଁକର, ନିତ୍ୟା ମାଥୁର, ଦେବନ୍ ଭୋଜାନୀଙ୍କ ପରି ଅଭିନେତା ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.