ତିନି ଦିନିଆ ଭାରତ ଗସ୍ତରେ ଆସିବେ ଭୁଟାନ ରାଜା
1/04/2023 at 10:50 PM

ନୂଆଦିଲ୍ଲୀ: ତିନି ଦିନିଆ ଭାରତ ଗସ୍ତରେ ଆସିବେ ଭୁଟାନ ରାଜା ଜିଗମେ କେଶର ନାମଗ୍ୟାଲ ୱାଙ୍ଗଚୁକ୍। ସୋମବାର ସେ ଭାରତରେ ପହଞ୍ଚିବେ। ଭାରତ ଓ ଭୁଟାନ ମଧ୍ୟରେ ଅର୍ଥନୀତି ଓ ବିକାଶର ଦ୍ୱିପାଖିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଏହି ଗସ୍ତର ଲକ୍ଷ୍ୟ।
ଭୁଟାନ ରାଜା ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବେ। ରାଜା ୱାଙ୍ଗଚୁକ୍ଙ୍କ ସହ ଭୁଟାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ତାଣ୍ଡି ଦୋର୍ଜୀଙ୍କ ସହ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଭାରତ ଆସିବେ। ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବିଦେଶମନ୍ତ୍ରାଳୟ କହିଛି “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣରେ ଏପ୍ରିଲ ୩-୫ ପର୍ଯ୍ୟନ୍ତ ଭୁଟାନ ରାଜା ଜିଗମେ କେଶର ନାମଗ୍ୟାଲ ୱାଙ୍ଗଚୁକ୍ ସରକାରୀ ଭାବେ ଭାରତଗସ୍ତ କରିବେ।”