oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭୂଟାନ୍‌ ସୀମା, ପର୍ଯ୍ୟଟନ ଶୁଳ୍କ ବୃଦ୍ଧି କଲେ ସରକାର

23/09/2022 at 9:56 PM

ଗୌହାଟୀ, ୨୩/୦୯: ଦୀର୍ଘ ଅଢ଼େଇ ବର୍ଷ ପରେ କରୋନା ସ୍ଥିତି ସାରା ବିଶ୍ୱରେ ନିୟନ୍ତ୍ରଣରେ ରହିଛି । କରୋନା ପାଇଁ ସାରା ବିଶ୍ୱର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ବିଶେଷ ଭାବେ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ତେବେ ଧିରେ ଧିରେ ବିଭିନ୍ନ ଦେଶ ଏହାର ପର୍ଯ୍ୟଟନ ସ୍ଥଳୀ ବିଦେଶୀଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି । ଏହି କ୍ରମରେ ଭୁଟାନ୍‌ ଏହାର ସୀମା ବିଦେଶୀଙ୍କ ପାଇଁ ଖୋଲିଛି । ଅର୍ଥାତ ବିଦେଶୀ ପର୍ଯ୍ୟଟକ ଏବେ ଭୁଟାନ୍‌ର ପର୍ଯ୍ୟଟନସ୍ଥଳୀ ବୁଲି ପାରିବେ ।

ଭୁଟାନ୍‌ ପର୍ଯ୍ୟଟନ ବିଭାଗ ଏହି ଅଞ୍ଚଳ ଗୁଡ଼ିକର ସ୍ଥାୟୀ ବିକାଶ କରିବା ପାଇଁ ଅନ୍ୟ ଏକ ଶୁଳ୍କ ଲଗାଇଛି । ବିଦେଶୀ ନାଗରିକଙ୍କ ଠାରୁ ଏଥିପାଇଁ ୨୦୦ ଡଲାର୍‌ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ ରାତ୍ରୀରେ ୬୫ ଡଲାର ରଖାଯାଇଛି । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଏହା ଆଦାୟ କରାଯିବ । ଅନ୍ୟପଟେ ଭାରତୀୟ ପର୍ଯ୍ୟଟକଙ୍କୁ କରୋନା ପୂର୍ବରୁ କୌଣସି ଅର୍ଥ ଦେବାକୁ ପଡ଼ୁନଥିବା ବେଳେ ଏବେ ୧୨୦୦ ଟଙ୍କା ଦେବାକୁ ପଡ଼ିବ ।

କରୋନା ପାଇଁ ମାର୍ଚ୍ଚ ୨୦୨୦ ପର ଠାରୁ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଭୂଟାନ ଏହାର ସୀମାକୁ ବନ୍ଦ କରିଦେଇଥିଲା । ହିମାଳୟର ପାଦ ଦେଶରେ ଅବସ୍ଥିତ ଏହି ଦେଶରେ ମୋଟ ୮ ଲକ୍ଷ ଲୋକ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିଲେ । ମାତ୍ର ୨୧ ଜଣଙ୍କ ଜୀବନ ନେଇଥିଲା ଏହି ମହାମାରୀ । କିନ୍ତୁ ଏହାର ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା ।

   Related Posts