ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5/02/2023 at 12:54 PM

ଭୁବନେଶ୍ୱର ୦୫।୦୨ : ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ, ବଢୁଛି ଅସନ୍ତୋଷ। ଭୂତ ଗୁଜବ ନେଇ ସ୍କୁଲରେ ତାଲା ଝୁଲୁଛି । କେଉଁ ଉପାନ୍ତ ଅଞ୍ଚଳ ନୁହେଁ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ନିଶାଡିଙ୍କ ଆଡ୍ଡା ସ୍ଥଳ ପାଲଟିଛି ସ୍କୁଲ କ୍ୟାମ୍ପସ।
ଖବର ଅନୁଯାୟୀ, ଗତ ୩ବର୍ଷ ତଳେ ଏହି ସ୍କୁଲ ହତାରେ ଜଣେ ପିଲାର ମୃତ୍ୟୁ ହୋଇ ଯାଇଥିଲା । ଏହାପରେ ପିଲାଙ୍କ ଭିତରେ ଭୟ ସୃଷ୍ଟି ହୋଇଥିଲା । ଅଭିଭାବକ ମାନେ ମଧ୍ୟ ପିଲାଙ୍କୁ ସ୍କୁଲ ଛାଡି ନଥିଲେ । ତାପରଠାରୁ ସ୍କୁଲ ବନ୍ଦ ହୋଇ ଯାଇଥିଲା । ଏହାପରେ ସ୍କୁଲ କ୍ୟାମ୍ପସ ନିଶାଡିଙ୍କ ଆଡ୍ଡା ସ୍ଥଳୀ ପାଲଟି ଯାଇଛି। ଏଣେ ଭୂତ ଗୁଜବ ପରେ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିଛି । ଭୁବନେଶ୍ଵର ବଡ଼ଗଡ ସ୍ଥିତ ଶବର ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୩ ବର୍ଷ ହେଲା ତାଲା ପଡ଼ିଛି। ଏଠାରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅନ୍ୟ ସ୍କୁଲକୁ ପଠାଇ ଦିଆଯାଇଛି। ଫଳରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି।