oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ବେକ କାଟି ଭୂଷଣ ଷ୍ଟିଲ୍ କର୍ମଚାରୀଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ

19/11/2021 at 4:32 PM

ଝାରସୁଗୁଡା ୧୯।୧୧: ବେକ କାଟି ଆତ୍ମହତ୍ୟା କଲେ ଭୂଷଣ ଷ୍ଟିଲ୍ କର୍ମଚାରୀ । ଆତ୍ମହତ୍ୟାର କାରଣ ଜଣାପଡି ନଥିଲେ ମଧ୍ୟ ପାରିବାରିକ ଅଶାନ୍ତି କାରଣରୁ ଏପରି ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ ପ୍ରକାଶ କରୁଛି । ବିହାରର ଶିବାନ ଜିଲ୍ଲାର ସନ୍ଦୀପ ସିଂହ ଝାରସୁଗୁଡା ବସଷ୍ଟାଣ୍ଡ ନିକଟରେ ଭଡାଘରେ ଏକୁଟିଆ ରହୁଥିଲେ । କର୍ମଚାରୀ ଜଣଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟମାନେ ଘର ଭାଙ୍ଗିବା ପରେ ଜାଣିବାକୁ ପାଇଥିଲେ ।

ସୂଚନାଯୋଗ୍ୟ ଯେ, ଭୂଷଣ ଷ୍ଟିଲରେ ଗୁରୁବାର ରାତିରେ ଡ୍ୟୁଟିରୁ ଫେରି ଘରେ ଏକୁଟିଆ ରହିଥିଲେ । କିନ୍ତୁ ଶୁକ୍ରବାର ସକାଳୁ ସେ ନଉଠିବାରୁ ପରିବାର ଲୋକେ ତାଙ୍କ ସହଯୋଗୀଙ୍କୁ ସନ୍ଦୀପଙ୍କ ଖବର ବୁଝିବାକୁ କହିଥିଲେ । ପରେ ସେମାନେ ଯାଇ କବାଟ ପିଟିଥିଲେ । କିନ୍ତୁ କବାଟ  ନ ଖୋଲିବାରୁ କବାଟ ଭାଙ୍ଗି ଦେଇଥିଲେ । ପରେ ସେଠାରେ ସନ୍ଦୀପଙ୍କ ରକ୍ତାକ୍ତ ମରଶରୀର ପଡିଥିବା ଓ ତାଙ୍କ ନିକଟରେ ଗୋଟିଏ ରକ୍ତଲଗା ଛୁରୀ ପଡିଥିବା ଦେଖି ଝାରସୁଗୁଡା ପୋଲିସକୁ ଖବର ଦେଇଥିଲେ । ଖବରପାଇ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଝାରସୁଗୁଡା ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ବିକ ସ୍ଥିତି ଅନୁସାରେ ଏହା ଆତ୍ମହତ୍ୟା ବୋଲି ଅନୁମାନ କରୁଥିଲେ ମଧ୍ୟ ସବୁଦିଗରୁ ତଦନ୍ତ କଲେ ପ୍ରକୃତ କାରଣ ଜଣାପଡିବ ବୋଲି ଏସପି କହିଛନ୍ତି ।

   Related Posts