୨୦୨୪ ନୁହେଁ, ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି- ଭୂପିନ୍ଦର ସିଂହ

Published By : Prameya-News7 Bureau | December 17, 2022 IST

ଭୁବନେଶ୍ୱର ୧୭।୧୨ : କେବଳ ୨୦୨୪ ନୁହେଁ ନିର୍ବାଚନ ଲାଗି ବିଜେଡି ସବୁବେଳେ ପ୍ରସ୍ତୁତ ଅଛି । ବିଜେଡି ମଡେଲରେ ବିଶ୍ଵାସ କରେନି ବୋଲି କହିଛନ୍ତି ବିଜେଡି ବିଧାୟକ ଭୂପିନ୍ଦର ସିଂହ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଓଡ଼ିଶାର ୪ କୋଟି ୫୦ ଲକ୍ଷ ଲୋକଙ୍କ ଉପରେ ସବୁବେଳେ ବିଶ୍ବାସ ରଖିଛନ୍ତି । ଆମର ମଡେଲ ଫଡେଲ କିଛି ନାହିଁ । କିଏ କଣ ମଡେଲ କଲା ଆମର କିଛି ଯାଏ ଆସେ ନାହିଁ । ବିଜେଡି ଲୋକଙ୍କ ସହିତ ଅଛି । ନବୀନ ପଟ୍ଟନାୟକ ଲୋକଙ୍କ ହୃଦୟରେ ବସିଛନ୍ତି । ବିଜେଡି ସେଇ ଲାଇନ୍ ରେ ଯିବ । ନବୀନ କାହା ସହିତ ପ୍ରତିଦ୍ବନ୍ଦିତା କରିବାକୁ ନକାରାତ୍ମକ ରାଜନୀତିରେ ବିଶ୍ବାସ କରନ୍ତି ନାହିଁ । ସେ ସବୁବେଳେ ପଜିଟିଭ ଥାଆନ୍ତି । ଏକ ହୋଇ ନିର୍ବାଚନ ଲଢ଼ାଯିବ । ଦଳରେ ବା ଦଳ ବିରୋଧରେ ଅସନ୍ତୋଷ ନାହିଁ, ଯାହା ଅର୍ବାନ ଓ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ ହୋଇସାରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.