ଆସନ୍ତାକାଲି ଶପଥନେବେ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା: ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ନିରଞ୍ଜନ ପଟ୍ଟନାୟକ ଏବଂ ନରସିଂହ ମିଶ୍ର

Published By : Prameya-News7 Bureau | December 16, 2018 IST

ଭୁବନେଶ୍ୱର ୧୬/୧୨ : ଆସନ୍ତାକାଲି କଂଗ୍ରେସର ଗ୍ରାଣ୍ଡ ସେଲିବ୍ରେସନ । ଆଜି ଅଧ୍ୟକ୍ଷ ଭାବେ ରାହୁଲଙ୍କର ଏକ ବର୍ଷ ପୂରଣ କରୁଥିବା ବେଳେ ଆସନ୍ତାକାଲି ଶପଥନେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ । ଘନଘନ ବୈଠକ ପରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିଥିଲେ ରାହୁଲ । ହେଲେ ଆଜି ଛତିଶଗଡ଼ ପାଇଁ ଭୂପେଶଙ୍କ ନାଁରେ ମୋହର ମାରିଛି ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ। …..

ଭୂପେଶ ବାଘେଲା ହେବେ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଭୂପେଶଙ୍କ ନାଁରେ ମୋହର ମାରିଛନ୍ତି ଛତିଶଗଡ଼ ନବନିର୍ବାଚିତ ବିଧାୟକ। ଟିଏସ୍‌ ସିଂହଦେଓ, ତାମ୍ରଧ୍ବଜ୍‌ ସାହୁ ଏବଂ ଚରଣ ଦାସ ମହନ୍ତଙ୍କ ନାକୁ ପଛରେ ରଖି ହାଇକମାଣ୍ଡ ଭୂପେଶଙ୍କୁ ବାଛିଛନ୍ତି । ଆଜି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଛନ୍ତି ଭୂପେଶ।

ଆସନ୍ତାକାଲି କଂଗ୍ରେସର ଶପଥ ଗ୍ରହଣ ଉତ୍ସବ। ତିନି ରାଜ୍ୟରେ କଂଗ୍ରେସ ସରକାରଙ୍କ ରାଜତିଲକ । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ପ୍ରମୁଖ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ । ସେହିପରି ରାଜ୍ୟ କଂଗ୍ରେସକୁ ମଧ୍ୟ ଆସିଛି ୩ରାଜ୍ୟରୁ  ନିମନ୍ତ୍ରଣ। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଯାଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିରୋଧିଦଳ ନେତା ନରସିଂହ ମିଶ୍ର।

କଂଗ୍ରେସ ନେତାଏ ଉତ୍ସାହରେ।ତିନି ରାଜ୍ୟରେ ନିର୍ବାଚନ ଜିତିକି ଏବେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଦଳ ସେପଟେ ରଣନୀତି ପରିବର୍ତ୍ତନର ଆଭାସ ଦେଲାଣି ବିଜେପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.