ଅଣ୍ଡର-୧୯ ବିଶ୍ୱକପ : ଲାଇଭ୍ ମ୍ୟାଚ୍ ବେଳେ ଭୂମିକମ୍ପର ଝଟକା, ଦୋହଲିଲା ଷ୍ଟାଡିୟମ

Published By : Prameya-News7 Bureau | January 30, 2022 IST

ନୂଆଦିଲ୍ଲୀ, ୩୦।୦୧: ବର୍ଷା, ବାତ୍ୟା ଓ ଖରାପ ଲାଇଟ୍ ପାଇଁ ଅନେକ ସମୟରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି । କିନ୍ତୁ ଲାଇଭ ମ୍ୟାଚ୍ ଚାଲିଥିବା ବେଳେ ଦୋହଲିଲା ଷ୍ଟାଡିୟମ । ଭୂମିକମ୍ପ ଝଟକାରେ ଥରିଲା ପଡିଆ । ଅଣ୍ଡର-୧୯ ବିଶ୍ୱକପ ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ଜିମ୍ବାଓ୍ୱେ ଓ ଆୟାରଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍ ବେଳେ ଏପରି ଘଟଣା ଘଟିଥିଲା ।

ସୂଚନାନୁସାରେ, ଶନିବାର ଜିମ୍ବାଓ୍ୱେ ଓ ଆୟାରଲାଣ୍ଡ ମଧ୍ୟରେ ପୋର୍ଟ ଅଫ୍ ସ୍ପେନରେ ମୁକାବିଲା ଖେଳାଯାଉଥିଲା । ମ୍ୟାଚ୍ ବେଳେ ହଠାତ ଭୂମିକମ୍ପର ଝଟକା ଲାଗିଥିଲା । ଷ୍ଟାଡିୟମ ହଲିବାକୁ ଲାଗିଥିଲା । କିନ୍ତୁ ଖେଳ ଉପରେ ଏହାକ କୌଣସି ପ୍ରଭାବ ପଡିନଥିଲା । ଜିମ୍ବାଓ୍ୱେ ବ୍ୟାଟିଂ ବେଳେ ଏହା ଘଟିଥିଲା । ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ମ୍ୟାଚ୍ ଲାଇଭ ଟେଲିକାଷ୍ଟ ପାଇଁ ସାମ୍ନାରେ ଲାଗିଥିବା କ୍ୟାମେରା ବି ଦୋହଲିବାକୁ ଲାଗିଥିଲା । ଖେଳାଳିମାନେ କିନ୍ତୁ ଏବାବଦରେ କିଛି ଜାଣିପାରି ନଥିଲେ । ତେବେ କମେଣ୍ଟ୍ରି କରୁଥିବା ଭାଷ୍ୟକାରମାନେ ଏ ବାବଦରେ ସୂଚନା ଦେଇଥିଲେ । ବକ୍ସ ଦୋହଲିବା ସହ ଅତି ନିକଟରେ କୌଣସି ଏକ ଟ୍ରେନ୍ ଯାଉଥିବା ଭଳି ଲାଗୁଥିବା ବୋଲି ଭାଷ୍ୟକାର କହିଥିଲେ ।

ଆୟାରଲାଣ୍ଡ କ୍ରିକେଟ୍ ମଧ୍ୟ ଭୂମିକମ୍ପ ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛି । ତ୍ରିନିଦାଦ ସମୁଦ୍ର କୂଳରେ ୫.୧ ତୀବ୍ରତାର ଭୂମିକମ୍ପ ହୋଇଥିବା ବୋର୍ଡ ଟ୍ୱିଟ୍ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.