ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଚର ସ୍କେଲରେ ତୀବ୍ରତା ୩.୫

Published By : Prameya-News7 Bureau | May 13, 2022 IST

ନୂଆଦିଲ୍ଲୀ, ୧୩।୦୫ :  ହିମାଚଳ ପ୍ରଦେଶରେ ଭୂମିକମ୍ପ । ରାଜ୍ୟର ଶୁକ୍ରବାର ଭୂକମ୍ପରେ ଥରିଛି ହିମାଚଳ । କୁହାଯାଉଛି ଯେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା । ଏହାର କେନ୍ଦ୍ରସ୍ଥଳୀ ଧର୍ମଶାଳାରୁ ୫୭ କିମି ଦୂରରେ ଥିଲା ।

wp:html /wp:html

ସକାଳ ୭ଟା ୪୬ରେ ଲୋକେ ଭୂମିକମ୍ପର ଝଟକା ଅନୁଭବ କରିଥିଲେ । ଏହାର ତୀବ୍ରତା ଖୁବ କମ୍ ଥିଲା । ଫଳରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଆସି ଯାଇଥିଲେ । କିଛି ସମୟ ଯାଏଁ ସେମାନେ ବାହାରେ ହିଁ ରହିଥିଲେ ।

ମେ ୧୧ରେ ଉତ୍ତରାଖଣ୍ଡରେ ଆସିଥିଲା ଭୂମିକମ୍ପ

ଏହାପୂର୍ବରୁ ମେ ୧୧ ତାରିଖରେ ଉତ୍ତରାଖଣ୍ଡ ପିଥୋରାଗଡରେ ଭୂମିକମ୍ପ ହୋଇଥିଲା । ଯେଉଁଠାରେ ଭୂମିକମ୍ପ ହୋଇଥିଲା ତାହା ନେପାଳ ସୀମାରେ ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା । ଏଥିରେ ମଧ୍ୟ କୌଣସି କ୍ଷୟକ୍ଷତିର ସୂଚନା ମିଳିନଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.