ଲକଡାଉନରେ ପ୍ରକୃତି ପ୍ରେମୀ ସାଜିଲେ ଅଭିନେତ୍ରୀ ଭୂମି : ମା’ଙ୍କଠୁ ଶିଖିଲେ ଉଦ୍ୟାନ କୃଷି
11/04/2020 at 1:08 PM

ମୁମ୍ବାଇ ୧୧/୪: ବଲିଉଡ ଅଭିନେତ୍ରୀ ଭୂମି ପେଡନେକର କରୋନା ଭାଇରସ୍ ଯୋଗୁଁ ଲକଡାଉନ୍ ଚାଲିଥିବାବେଳେ ନିଜ ମାଆ ସୁମିତ୍ରା ପେଡନେକରଙ୍କଠୁ ହାଇଡ୍ରୋପୋନିକ୍ସ ଚାଷର ବିଜ୍ଞାନ ଶିଖିବାର ନିଷ୍ପତ୍ତି ନେଇଛନ୍ତି। ଭୂମି କହିଛନ୍ତି ଯେ ତାଙ୍କ ମାଆ ଆଉ ସେ ସବୁବେଳେ ଚାହୁଁଥିଲେ ଯେ ତାଙ୍କର ନିଜର ଗୋଟିଏ ହାଇଡ୍ରୋପୋନିକ୍ସ ବଗିଚା ହେଉ ଯେଉଁଠାରେ ସେମାନେ ପରିବା ଲଗାଇବେ। ସେ ଚାହୁଁଥିଲେ ଯେ ଘରେ ସ୍ଥାୟୀ ଜୀବନଶୈଳୀ ପାଇଁ ଏକ ବଗିଚା ରହୁ।
ମାଟି ବିହୀନ ଉଦ୍ୟାନ ବିଜ୍ଞାନକୁ ହାଇଡ୍ରୋପୋନିକ୍ସ କୁହାଯାଇଥାଏ। ଏଥିରେ ପାରମ୍ପରିକ ଭାବେ ମାଟିର ଉପଯୋଗ ନହୋଇ ଏକ ଖଣିଜ ସମୃଦ୍ଧ ଜଳ ସମ୍ବର୍ଦ୍ଧନ ପ୍ରକ୍ରିୟା ଦ୍ବାରା ଚାଷ କରାଯାଏ।

ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମ ‘କ୍ଲାଇମେଟ୍ ବାରିୟର’ ପଛରେ ମଧ୍ୟ ଭୂମିଙ୍କ ଆଇଡିଆ ରହିଛି ଯାହା ମାଧ୍ୟମରେ ସେ ଏହା ପ୍ରତି ସଚେତନତା ବଢ଼ାଉଛନ୍ତି ଯେ କିପରି ଭାରତର ନାଗରିକ ଜଳବାୟୁକୁ ରକ୍ଷା କରିବାରେ ଯୋଗଦାନ ଦେଇପାରିବେ।
