ବ୍ୟାକ୍‌ ଟୁ ବ୍ୟାକ୍‌ ୬ ଫିଲ୍ମରେ ନଜର ଆସିବେ ଭୂମି, କହିଲେ-୨୦୨୩ରେ କେବଳ ମୁଁ

Published By : Prameya-News7 Bureau | January 05, 2023 IST

ମୁମ୍ଵାଇ ୦୫।୦୧: ୨୦୨୩ରେ ନିଜର ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରିବେ ଭୂମି ପେଡ୍‌ନେକର ।  ଏ ବର୍ଷ ‘ଭିଡ୍‌’, ‘ଦ ଲେଡିକିଲର୍‌’, ‘ଅଫ୍‌ୱା’, ‘ଭକ୍ଷକ’, ‘ମେରେ  ହଜ୍‌ବ୍ୟାଣ୍ଡ କି ବିୱି’ ଆଦି ତାଙ୍କର ୬ଟି ଫିଲ୍ମ ମୁକ୍ତିଲାଭ କରିବ । ସିନେମା  ଇଣ୍ଡଷ୍ଟ୍ରିରେ ଜଣେ କଳାକାର ଭାବେ ଏ ବର୍ଷ ତାଙ୍କର ହେବ ବୋଲି ଭୂମି  କହିଛନ୍ତି । ଭିନ୍ନ ଧରଣର ପ୍ରତ୍ୟେକ ଫିଲ୍ମରେ ସେ ସଶକ୍ତ ମହିଳା  ଭୂମିକା ନିର୍ବାହ କରିବେ । ଜଣେ କଳାକାର ଭାବେ ତାଙ୍କର ପ୍ରତ୍ୟେକ  ଚରିତ୍ରର ଭିନ୍ନ ଦିଗ ଦେଖିବେ ସିନେପ୍ରେମୀ ।

ଭୂମି କହିଛନ୍ତି ‘ଲୋକେ ପରଦାରେ ଗୋଟିଏ ବର୍ଷରେ ୬ଟି ଭିନ୍ନ  ଭିନ୍ନ ଭୂମିକୁ ଦେଖିବାକୁ ପାଇବେ । ଏହା ମୋ ପାଇଁ ସବୁଠୁ  ଉତ୍ସାହଜନକ କଥା । ପରଦାରେ ବିଭିନ୍ନ ଜୀବନ ନିର୍ବାହ କରିବା  ମୋର ଏକମାତ୍ର ଉଦ୍ଦେଶ୍ୟ । ଜଣେ କଳାକାର ଭାବେ ଏହା  ମୋତେ ଉତ୍ସାହିତ କରେ, ଆହ୍ୱାନ ଦିଏ ଏବଂ ଉତ୍ତେଜିତ  କରେ । ପ୍ରତିଦିନ ମୋ ସ୍ୱପ୍ନକୁ ଜିଉଁଥିବାରୁ ନିଜକୁ ଖୁବ୍‌  ଭାଗ୍ୟଶାଳୀ ମନେକରୁଛି । ଏହାଠୁ ଭଲ ମୋ ପାଇଁ ଆଉ କିଛି  ହୋଇନପାରେ ।  ମୋ ଇଚ୍ଛା ଅତି ସରଳ । ପ୍ରତ୍ୟେକ ୬ଟି ଫିଲ୍ମ  ଜରିଆରେ ସମସ୍ତଙ୍କ ମନୋରଞ୍ଜନ କରିବାକୁ  ମୁଁ ଚାହେଁ । ପ୍ରତ୍ୟେକ ଚରିତ୍ର ଲାଗି  ନିଜର ଶ୍ରେଷ୍ଠ ପ୍ରଦାନ ପାଇଁ ପ୍ରସ୍ତୁତ  ହେବାକୁ ମୁଁ ଅକ୍ଳାନ୍ତ ପରିଶ୍ରମ  କରିଛି ।

୮ ବର୍ଷ ତଳେ  ଫିଲ୍ମ ‘ଦମ୍‌ ଲଗା କେ  ହୈଶା’ ଜରିଆରେ  ସିନେମା ଜଗତରେ  କ୍ୟାରିଅର ଆରମ୍ଭ  କରିଥିଲେ ଭୂମି । ଖୁବ୍‌  କମ୍‌ ସମୟ ମଧ୍ୟରେ  ଭିନ୍ନ ଧରଣର  ଚରିତ୍ର ଜରିଆରେ  ବଲିଉଡ୍‌ରେ  ସ୍ୱତନ୍ତ୍ର ସ୍ଥାନ  ହାସଲ  କରିବାରେ  ସେ ସଫଳ  ହୋଇଛନ୍ତି ।  ଦର୍ଶକୀୟ  ଆଦୃତି ବି  ପାଇଛନ୍ତି । ଖୁବ୍‌  ଭଲପାଇବା  ସାଉଁଟୁଛନ୍ତି । ଏହି  ଯାତ୍ରା ଆଗକୁ ଜାରି  ରହିବ ବୋଲି ସେ ବେଶ  ଆଶାବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.