ଭିନ୍ନ ଧରଣର ଫିଲ୍ମ କରିବାକୁ ଇଚ୍ଛା ରଖନ୍ତି ଏହି ଅଭିନେତ୍ରୀ, ତାଙ୍କର ପସନ୍ଦ ଦମ୍‌ଦାର ଚରିତ୍ର

Published By : Prameya-News7 Bureau | November 16, 2022 IST

ମୁମ୍ୱାଇ ୧୬/୧୧: ଅଭିନୟ ହେଉ କି ଷ୍ଟାଇଲ୍‌ ଅବା ରୂପଚର୍ଯ୍ୟା- ସବୁବେଳେ ସବୁଥିରେ ନାନା ପ୍ରକାର ପରୀକ୍ଷା ନିରୀକ୍ଷା କରିବାକୁ ଭଲପାଉଥିବା ଅଭିନେତ୍ରୀ ଭୂମି ପେଦନେକର । ଭୂମି ବଲିଉଡ୍‌ରେ ପ୍ରବେଶ କରିବାର ବେଶୀ ଦିନ ହୋଇନାହିଁ । ମାତ୍ର ଛ’ ସାତ ବର୍ଷର ଆକ୍ଟିଂ କ୍ୟାରିୟର ତାଙ୍କର । ଏହା ସତ୍ତ୍ୱେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜକୁ ବେଶ୍‌ ପ୍ରତିଷ୍ଠିତ ଓ ପ୍ରମାଣିତ କରିସାରିଲେଣି ଭୂମି ।

ଚିରାଚରିତ ପ୍ରେମ, ପ୍ରତିଶୋଧ, ପ୍ରତିହିଂସା ଥିବା କଥାବସ୍ତୁ ଅପେକ୍ଷା ଭିନ୍ନ ଧରଣର ଫିଲ୍ମରେ ଅଭିନୟ କରିବାକୁ ଭଲପାଆନ୍ତି ସେ । ବିଶେଷକରି ସ୍ୱଚ୍ଛତା, ମହିଳାମାନେ ସାମ୍ନା କରୁଥିବା ବିଭିନ୍ନ ସାମାଜିକ ସମସ୍ୟା ସମ୍ବଳିତ କଥାବସ୍ତୁ ଥିବା ସିନେମାରେ ଆକ୍ଟିଂ କରିବା ତାଙ୍କର ଅଧିକ ପସନ୍ଦ । ଭୂମି ମଧ୍ୟ ବେଶ୍‌ ଷ୍ଟାଇଲିଶ୍‌ । ନିଜର ଷ୍ଟାଇଲ୍‌, ନିଜ ଲୁକ୍‌କୁ ନେଇ ସେ ସର୍ବଦା ଏକ୍ସପେରିମେଣ୍ଟ କରୁଥାଆନ୍ତି ଓ ଏସବୁର ଫଟୋ, ଭିଡିଓ ପୋଷ୍ଟ କରୁଥାଆନ୍ତି ସୋସିଆଲ ମିଡିଆରେ । ଭୂମିଙ୍କର ଏହି ପୋଷ୍ଟ ସବୁକୁ ବେଶ୍‌ ଭଲପାଆନ୍ତି ଓ କମେଣ୍ଟ କରିଥାନ୍ତି ତାଙ୍କର ପ୍ରଶଂସକ ।

ସାଧାରଣତଃ ଆଉଟ୍‌ଡୋର୍‌ ସୁଟିଂରେ ଅନ୍ୟ କଳାକାରମାନେ ପେସାଦାର ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ସହାୟତା ନେଉଥିବାବେଳେ ଭୂମି ନିଜକୁ ନିଜେ ପ୍ରସ୍ତୁତ କରନ୍ତି । ଅଳ୍ପଦିନ ତଳେ ଭୂମି ବ୍ରାଉନ୍‌ କଲର୍‌ର ଗ୍ଲସି ଲିପ୍‌ଷ୍ଟିକ୍‌ ଲଗାଇବା ବେଳର କିଛି ଫଟୋ ଛାଡ଼ିଛନ୍ତି ସୋସିଆଲ ମିଡିଆରେ, ଯାହାକୁ ବେଶ୍‌ ପସନ୍ଦ କରୁଛନ୍ତି ପ୍ରଶଂସକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.