ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ; ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି
3/01/2023 at 6:53 PM

ଚାନ୍ଦବାଲି ୦୩/୦୧: ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ। ଫଳରେ ସମ୍ପୃକ୍ତ ଯୁବକ ଗୁରୁତର ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିଚୟ ରାଜେଶ ରାୟ। ଏପରି ଅପରାଧିକ କାଣ୍ଡ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରାରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ରାଜେଶଙ୍କ ବୋଲେରୋକୁ କଇଥଖୋଲରେ ଅଟକାଇ ସେକ୍ କାଲା ନାମକ ଜଣେ ଯୁବକ ଚାନ୍ଦା ମାଗିଥିଲେ। ଏଥିପାଇଁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ନେବାରୁ ସେକ୍ କାଲା ଏକ ଭୂଜାଲିରେ ରାଜେଶଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ।
ଫଳରେ ରାଜେଶ ତଳେ ପଡିଯାଇଥିଲା। ଏହା ପରେ ମଧ୍ୟ କାଲା ନୃଶଂସ ଭାବେ ରାଜେଶଙ୍କ ମୁଣ୍ଡ ଏବଂ ବାମ ହାତକୁ ଭୁଜାଲିରେ ହାଣିଥିଲାl ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଧାମରା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେl ରାଜେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ଏନେଇ ଧାମରା ଥାନାରେ ରାଜେଶଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ଧାମରା ଥାନାଧିକାରୀ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି।