Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପ୍ରତ୍ୟକ୍ଷ ଦେବୀ ମାଆ ଭୂଦାର ଚଣ୍ଡୀ; ମନ୍ଦିରରେ ନିଆରା ଢଙ୍ଗରେ ପାଳନ ହୁଏ ଦୁର୍ଗାପୂଜା ଓ ନବରାତ୍ରି; ଜାଣନ୍ତୁ ମାଆଙ୍କ କିମ୍ୱଦନ୍ତୀ  

26/09/2022 at 11:11 PM

ନୀଳଗିରି ୨୬/୦୯: ବାଲେଶ୍ଵର ଜିଲ୍ଲା ନୀଳଗିରି ସଜନାଗଡ଼ ଅଞ୍ଚଳରେ ବିରାଜମାନ ମା ଭୂଦାରଚଣ୍ଡୀ। ୪୦୦ ବର୍ଷର ସବୁଠାରୁ ପୁରୁଣା ମନ୍ଦିରରେ ମାଆ ଭୂଦାରଚଣ୍ଡୀଙ୍କୁ ଶ୍ରଦ୍ଧାଳୁମାନେ ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ମାନିଥାନ୍ତି। ମାଆଙ୍କୁ ମାନସିକ କଲେ ନିଜର ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଭଳି ବିଶ୍ୱାସ ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମାଆଙ୍କ ପାଖକୁ  ଦୌଡ଼ି ଆସନ୍ତି। ଏଠାରେ ଦୁର୍ଗାପୂଜା ଷୋଳସ ପୂଜା ହୋଇଥାଏ। ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ନୀତିକାନ୍ତି ସହ ପୂଜା ହୋଇଥାଏ।

ସୁବାସିତ ଜଳ ହଳଦୀ, ଚୁଆ, କର୍ପୁର, ଅଗରୁ, ଚନ୍ଦନ ମିଶା ସୁବାସିତ ଜଳରେ ମାଙ୍କୁ ସ୍ନାନ କରାଇବା ପରେ ପୂଜା କରାଯାଇ ନବ ବସ୍ତ୍ରରେ ଶ୍ରଦ୍ଧାଳୁଙ୍କୁ ୧୬ ଦିନ ମା ଦର୍ଶନ ଦିଅନ୍ତି। ସୋମବାର ଠାରୁ ଏଠାରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ସକାଳେ ମାର୍ଜନା ନୀତିପୂଜା ପରେ ଜପ, ସୂର୍ଯ୍ୟପୂଜା, ତର୍ପଣ ପୂଜା ପରେ ହୋମ ଯଜ୍ଞ ହୋଇଥାଏ। ଏହାପରେ ଚଣ୍ଡୀପାଠ,ଅନ୍ନଭୋଗ,ବାଳଭୋଗ ଲାଗିଥାଏ। ସୁବର୍ଣ୍ଣ ପାତ୍ରରେ ଆଳତି ନୀତିପୂଜା ସମାପନ ହୋଇଥାଏ। ଷୋଡ଼ଶ ପୂଜାରେ ଦୈନନ୍ଦିନ ମାନସିକଧାରୀମାନେ ପୂଜାର୍ଚ୍ଚନା କରି ଚଣ୍ଡୀପାଠ କରି ମାଆଙ୍କୁ ଆଶିଷ କାମନା କରନ୍ତି।

ସପ୍ତମୀ, ମହାଷ୍ଟମୀ ପୂଜା ବହୁ ଧୁମଧାମରେ ଏଠାରେ ପାଳନ ହୋଇଥାଏ। ବହୁ ଦୂରରୁ ଭକ୍ତମାନେ ଆସି ଡାଲା ଭୋଗ ଲଗାଇ ମାଙ୍କ ପାଖେ ପୂଜା କରନ୍ତି। ନବମୀ ପୂଜାପରେ ପରମ୍ପରା ଅନୁସାରେ ନୀଳଗିରି ରାଜା ପୂର୍ଣ୍ଣାହୁତି ପାଇଁ ଆସି ପୂଜା କରନ୍ତି।ଦଶହରାରେ କଳସି ବିସର୍ଜନ ପାଇଁ ମାଆଙ୍କ ସର୍ଦାର ଶ୍ରଦ୍ଧାଳୁଙ୍କ ମୁଣ୍ଡରେ କଳସୀ ଧରି ବାଜା ମହୁରୀ ବଜାଇ ନୀଳଗିରି ରାଜବାଟି ପରିସରରେ ଥିବା ରାଜପରିବାରଙ୍କ କୂଳଦେବୀ କନକଦୁର୍ଗାଙ୍କ ପାଖରେ ପହଞ୍ଚିଥାନ୍ତି। ଏହାପରେ ଶଙ୍କରାଖୁଣ୍ଟା ପୋଖରୀରେ ବିସର୍ଜନ ହୋଇଥାଏ।

ତେବେ ଏହି ଐତିହାସିକ ପୀଠକୁ ନେଇ ଅନେକ କିମ୍ୱଦନ୍ତି ରହିଛି। ଆଜକୁ ପ୍ରାୟ ୪୦୦ ବର୍ଷ ପୂର୍ବେ ସଜନାଗଡ଼ରେ ଚାଷୀ ହଳ କରିବା ବେଳେ ଏକ ବିରାଟକାୟ ପଥର ବାଜି ଲଙ୍ଗଳ ମୁନ ମୋଡ଼ି ହୋଇଯାଇଥିଲା। ପରେ ମା ଭୂଦାରଚଣ୍ଡୀ ତତକାଳୀନ ରାଜା ବସନ୍ତ ଭୁଜଙ୍ଗ ମାନଧାତାଙ୍କୁ ସ୍ୱପ୍ନାଦେଶ ଦେଇଥିଲେ। ପରେ ମାଙ୍କୁ ଯେତେ ହଲାଇ ଅନ୍ୟତ୍ର ନେବାପାଇଁ ଚେଷ୍ଟା କଲେ ମଧ୍ୟ ମାଆ ଟିକେ ବି ହଲିନଥିଲେ। ଭୂମି ବିଦାରି ଆବିର୍ଭୂତ ହୋଇଥିବାରୁ ମା ଭୂଦାରଚଣ୍ଡୀ ନାମରେ ସେହିଦିନରୁ ସେଠାରେ ପୂଜା ପାଉଛନ୍ତି। ତତ୍କାଳୀନ ନୀଳଗିରି ରାଜା ମଧ୍ୟ ମାଆଙ୍କ ପାଇଁ ଗୋଟିଏ ସୁନ୍ଦର ମନ୍ଦିର ତିଆରି କରିବା ପରେ ସେବେଠାରୁ ମାଆଙ୍କୁ ଭକ୍ତମାନେ ପୂଜାକରି ଆସୁଛନ୍ତି।

   Related Posts