ସିନେମା ହଲ୍ ସାମ୍ନାରେ ହଙ୍ଗାମା, କାର୍ ଉପରେ ବସି ଯୁବତୀଙ୍କ ହାଇଡ୍ରାମା
23/04/2023 at 12:10 PM

ଭୁବନେଶ୍ୱର ୨୩।୦୪ : ମହାରାଜା ଫିଲ୍ମ ହଲ ସାମ୍ନାରେ ହଙ୍ଗମା । କାର ବନେଟ ଉପରେ ବସି ଯୁବତୀ ଦେଖାଇଲେ ହାଇ ରୋବାବ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, କାର ପାର୍କିଂକୁ ନେଇ ଯୁବକ- ଯୁବତୀଙ୍କ ମଧ୍ୟରେ ତୁମୁଳକାଣ୍ଡ ହୋଇଥିଲା । ଯାହାକୁ ଦେଖି ସମସ୍ତେ ତାଜୁବ । କାରକୁ ଅଟକାଇବା ପାଇଁ କାର ବନେଟ ଉପରେ ବସି ପଡ଼ି ହଙ୍ଗାମା କଲେ । ଯୁବତୀ କାର ଉପରେ ବସି ଗାଡ଼ିକୁ ଯିବା ପାଇଁ ଦେଲେ ନାହିଁ। ଭୁବନେଶ୍ୱରର ମହାରାଜା ସିନେମା ହଲ ସମ୍ମୁଖରେ ଏଭଳି ଘଟଣା ଘଟିଛି ।

ଯୁବକ ଜଣଙ୍କ କାର ଭାଙ୍ଗିବା ସହ ଯୁବତୀ ଓ ଅନ୍ୟ ଜଣେ ମହିଳାଙ୍କ ସହ ପିଟା ପିଟି ହୋଇଯାଇଛନ୍ତି । କାରରେ ଥିବା ମହିଳା ଓ ଯୁବତୀଙ୍କ ଭିତରେ ଭିଡା ଟଣା ପରିସ୍ଥିତି ଉପୁଜୁଛି । ଅଧଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଲେ ଫିଲ୍ମ ଦେଖି ଫେରୁଥିବା ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ସୁଧୁରିଥିଲା ପରିସ୍ଥିତି । ଯୁବକଙ୍କ ଥାନାକୁ ନେଇ ତଦନ୍ତ କରୁଛି ପୋଲିସ୍ ।