ଭୁବନେଶ୍ୱର, ୦୩|୦୫: ରାଜ୍ୟ ସରକାର ଲକଡାଉନ୍ ପାର୍ଟ ୩ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରକୁ ସରକାର ରେଡ୍ ଜୋନକୁ ଆଣିଛନ୍ତି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ୍ ଜୋନରେ ରହିଥିଲା । ଏବେ କେବଳ ବିଏମସି ଅଧିନରେ ଆସୁଥିବା ଅଞ୍ଚଳକୁ ରେଡ୍ ଜୋନରେ ରଖଯାଇଛି ।
ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର ଓ ଯାଜପୁରକୁ ରେଡ୍ ଜୋନରେ ରଖାଯାଇଛି । ଏହି ସମସ୍ତ ଅଞ୍ଚଳରେ କଟକଣା କଡାକଡି ଭାବେ ପାଳନ ହେବ । ଗ୍ରୀନ ଜୋନରେ ଏବେ ରାଜ୍ୟର ୧୬ଟି ଜିଲ୍ଲା ରହିଛନ୍ତି ।
ରେଡ୍ ଜୋନ ପାଇଁ କଟକଣା ଗୁଡିକ ହେଲା, ସେଲୁନ, ସ୍ପା ଖୋଲିବା ମନା। ଓଲା ଓ ଓବେରରେ କେବଳ ମେଡିକାଲ ଯାଇ ପାରିବେ। ଗ୍ରାମାଞ୍ଚଳରେ ନିର୍ମାଣ ଓ ଶିଳ୍ପ କାମ ଚାଲିବ। ସହରାଞ୍ଚଳରେ କେବଳ ସ୍ଥାନୀୟ ଶ୍ରମିକ କାମ କରିବେ। ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ପ୍ରାଇଭେଟ ଅଫିସ୍। ଜିଲ୍ଲା ଭିତରୁ ଜିଲ୍ଲା ବାହାରକୁ ଚଳାଚଳ କରି ପାରିବ ନାହିଁ ବସ୍।