ମୁମ୍ବାଇ୧୩|୧: ବହୁ ପ୍ରତିକ୍ଷୀତ ବିଗବସ୍ ସିଜନ-୧ରେ, ଶ୍ରୀସନ୍ଥ ଫାଇନାଲ ଯାଏଁ ଯାଇଥିଲେ। ଗ୍ରାଣ୍ଡ ଫିନାଲେର ରନର୍ସ ଅପ ଥିଲେ ଶ୍ରୀସନ୍ଥ । ବିଗବସ୍ ସିଜନ-୧୨ର ୱିନର ହୋଇଥିଲେ ଦିପୀକା କକ୍କଡ । ସୋ ର ୩ମସ ମଧ୍ୟରେ ଶ୍ରୀସନ୍ଥ ଏବଂ ଦୀପିକାଙ୍କ ମଧ୍ୟରେ ଭାଇ ଭଉଣୀର ସଂର୍ପକ ସୃଷ୍ଟି ହୋଇଥିଲା ତେବେ ଦିପୀକାଙ୍କୁ ବିଜେତା ଘୋଷଣା କରିଲା ପରେ ଶ୍ରୀସନ୍ଥ ବହୁତ ଖୁସି ଥିଲେ। ତାଙ୍କ କହିବା ଅନୁସାରେ “ଟ୍ରଫି ତୋ ଘର ମେଁ ହି ଆଏଗା”।
{"id":73464,"width":594,"height":371}ଏବେ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିଆଲିଟି ସୋ “ଖତରୋଁ କେ ଖିଲାଡି” ରେ ଶ୍ରୀସନ୍ଥଙ୍କୁ ଦେଖିବାକୁ ମିଳୁଛି। ବିଗବସ୍ ପରେ “ଖତରୋଁ କେ ଖିଲାଡି” ରେ ପ୍ରତିଯୋଗି ଭାବେ ସେ ଭାଗ ନେଇଛନ୍ତି। ଶ୍ରୀସନ୍ଥଙ୍କ ସ୍ତ୍ରୀ ଭୁବନେଶ୍ୱରୀ ଲଗାତାର ସ୍ୱାମୀଙ୍କୁ ସପୋର୍ଟ କରୁଛନ୍ତି।
{"id":73465,"width":592,"height":333}ହେଲେ କିଛି ଦିନ ତଳେ ଭୁବନେଶ୍ୱରୀ କୁମାରୀ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା ଶେୟାର କରିଥିଲେ। ସେ କହିଥିଲେ ଯେ ୨୦୧୩ ମସିହାରେ ଶ୍ରୀସନ୍ଥଙ୍କ ସହ ବିବାହ ଠିକ ହୋଇଥିଲେ ମଧ୍ୟ ତାଙ୍କର ବିବାହ କିନ୍ତୁ ହୋଇନଥିଲା । ଏମିତି ସମୟରେ ଖବର ଆସିଥିଲା ଯେ ଶ୍ରୀସନ୍ଥ କଲ ଗାର୍ଲ ସହ ଧରା ପଡିଥିଲେ ଏବଂ ତାଙ୍କ ରୁମରୁ କଂଡୋମ ପ୍ୟାକେଟ ମିଳିଥିଲା। ନିଜବାବି ସ୍ବାମୀହ୍କ ସଂପର୍କରେ ଏମିତି ଶୁଣିଲେ ଯେ କେହି ବିବାହରୁ ଓହରିଯିବା କଥା । କିନ୍ତୁ ଭୁବନେଶ୍ବରୀ ଥିଲେ ଟିକେ ଅଲଗା । ଏହି ଘଟଣା ପରେ ଭୁବନେଶ୍ୱରୀଙ୍କ ବାପା ତାଙ୍କୁ ବିବାହ ବିଷୟରେ ଆଉଥରେ ଭାବିବାକୁ ଭୁବନେଶ୍ବରୀଙ୍କୁ କହିଥିଲେ। ହେଲେ ସେହି ସମୟରେ ଭୁବନେଶ୍ୱରୀ କହିଥିଲେ ଯେ ସେ ଶ୍ରୀସନ୍ଥଙ୍କୁ ଭଲ ଭାବେ ଜାଣିଛନ୍ତି। ଏହି ସବୁ ଖବରରୁ ତାଙ୍କୁ କିଛି ଫରକ ପଡେନି ।
{"id":73466,"width":595,"height":298}୬ବର୍ଷ ଡେଟିଂ ପରେ ଶ୍ରୀସନ୍ଥ ଓ ଭୁବନେଶ୍ୱରୀଙ୍କ ବିବାହ ୨୦୧୩ ମସିହାରେ ହୋଇଥିଲା। ଉଭୟଙ୍କର ଏବେ ଗୋଟେ ପୁଅ ଓ ଗୋଟେ ଝିଅ ଅଛି। ଶ୍ରୀସନ୍ଥଙ୍କୁ ଖତରୋଁ କେ ଖିଲାଡିରେ ଦେଖି ଦର୍ଶକମାନେ ବେଶ ଉପଭୋଗ କରୁଛନ୍ତି। ଏହି ସୋ କୁ ରୋହିତ ଶେଟ୍ଟୀ ହୋଷ୍ଟ କରୁଛନ୍ତି। ଖତରୋଁ କେ ଖିଲାଡିର ସୁଟିଂ ଜୁଲାଇ ମାସରେ ସରିଯାଇଥିଲା। ବିଗବସ୍ ୧୨ର ଗ୍ରାଣ୍ଡ ଫିନାଲେ ଡିସେମ୍ୱର ୩୦ରେ ହୋଇଥିଲା। କିନ୍ତୁ ଖତରୋଁ କେ ଖିଲାଡି ପ୍ରିମିୟର ଏପିସୋଡରେ ରୋହିତ ଶେଟ୍ଟୀ କହିଛନ୍ତି ଯେ ଶ୍ରୀସନ୍ଥ ଟ୍ରଫି ପାଖା ପାଖି ଯାଇଥିଲେ ମଧ୍ୟ ଟ୍ରଫି ହାସଲ କରିପାରିନାହାଁନ୍ତି । ରୋହିତଙ୍କର ଏହି ସୂଚନା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଦର୍ଶକ ମାନେ ପ୍ରଶ୍ନ କରୁଛନ୍ତି ଯେ ଶ୍ରୀସନ୍ଥ ବିଗବସ୍ରେ ହାରିବେ ବୋଲି ରୋହିତ କେମିତି ଜାଣିଲେ କାରଣ “ଖତରୋଁ କେ ଖିଲାଡି”ର ସୁଟିଂ ବିଗବସ୍ ପୁର୍ବରୁ ସରିଯାଇଥିଲା।