ଭୁବନେଶ୍ୱରରେ ହେବ ୬୨ ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ, ଯୋଗ ଦେବେ ସିଡିଏସ ବିପିନ ରାଓ୍ଵତ

Published By : Prameya-News7 Bureau | December 25, 2020 IST

ଭୁବନେଶ୍ୱର ୨୫।୧୨ : ଭୁବନେଶ୍ୱରରେ ହେବ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ । ୬୨ ତମ ବରିଷ୍ଠ ପୋଲିସ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଆୟୋଜିତ ହେବ ।  ଏହା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ୩୦ ପର୍ଯ୍ୟନ୍ତ ଚାଲିବ । ୪ ଦିନ ଧରି ଚାଲିବ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ । ଯୋଗ ଦେବେ ସିଡିଏସ ବିପିନ ରାଓ୍ଵତ।

ତେବେ ଡିସେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ୪ଦିନ ଧରି ଚାଲିବ । ପୋଲିସ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନୟକ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ ଦେଶର ଅନେକ ବରିଷ୍ଠ ଅଧିକାରୀ ଯୋଗଦେବ । ସିଡିଏସ ବିପନ୍ ରାୱତ, ନିର୍ଦ୍ଦେଶକ ଇଣ୍ଟରପୋଲ୍ ସିଙ୍ଗାପୁର ଯୋଗଦେବାର କାର୍ଯ୍ୟକ୍ରମ ରହିଚି । ସମ୍ମିଳନୀରେ ଲ ଆଣ୍ଡ ଅର୍ଡର, ଡ୍ରଗ୍ସ ଟ୍ରାଫିକିଂ, କ୍ୱାଲିଟି ଇନଭେଷ୍ଟିଗେସନ୍ ଓ ରୋଡ ସେଫ୍ଟି ସମ୍ପର୍କରେ ଆଲୋଚନା ହେବ । ଏପରିକି ଅଗ୍ନିଶମ ବିଭାଗ, ଜେଲ ବିଭାଗ, ଭିଜିଲାନ୍ସ, ହୋମଗାର୍ଡ ବିଭାଗ ବିଷୟରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.