oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଗାଣ ବର୍ଷାରେ ସ୍ଥିତି ବେହାଲ ; ରାଜଧାନୀରେ ଘରେ ଘରେ ପାଣି

7/08/2018 at 7:50 AM

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆହୁରି ୪୮ଘଣ୍ଟା ବର୍ଷିବାର ସମ୍ଭାବନା ରହିଛି । ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ରହିଛି। ଏପରିକି କିଛି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ଏବଂ ରାଜଧାନୀର ପ୍ରମୁଖ ଅଞ୍ଚଳରେ ପାଣିର ସୁଅ ଛୁଟୁଥିବାରୁ ଯାତାୟତରେ ଅସୁବିଧା ଉପୁଜିଛି। ସେହିପରି କଟକ ସହରର ବିଭିନ୍ନ ଗଳି କନ୍ଦିରେ ପାଣି ସୁଅ ଛୁଟିଛି । ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ପମ୍ପ ଲଗାଯାଇଛି । ବର୍ଷା ପାଇଁ ୨୪ ଘଣ୍ଟା ଆଲର୍ଟ ରହିବାକୁ ସିଏମ୍ସିର ସମସ୍ତ କର୍ମଚରୀଙ୍କୁ କୁହାଯାଇଛି । ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ନିରାପତ୍ତା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି । ଲଗାଣ ବର୍ଷା ଯୋଗୁ କଟକ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଆଜି ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ବର୍ଷା ଓ ପରିବହନ ଧର୍ମଘଟ ଯୋଗୁ ଛୁଟି ଘେଷଣା କରାଯାଇଛି । ସେହିପରି ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ କରାଯାଇଛି ।

   Related Posts