Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଖଣ୍ଡାରେ କାଟିଲେ କେକ୍, ସୋସିଆଲ୍‌ ମିଡିଆରେ କଲେ ଅପଲୋଡ

14/03/2023 at 2:51 PM

ଭୁବନେଶ୍ୱର ୧୪।୦୩ : ପତିଆରା ପାଇଁ ଖଣ୍ଡାରେ କାଟିଲେ କେକ୍ । ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କଲେ । ପତିଆରା ଦେଖାଇବାକୁ ଏମିତି କରିଛନ୍ତି କିଛି ଯୁବକ । ଭୁବନେଶ୍ବର ଏୟାରଫିଲଡ଼ ଥାନା ଅଞ୍ଚଳର ଘଟଣା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଘର ଛାତ ଉପରେ କିଛି ଜଣ ଯୁବକ ମିଶି କରିଛିଲେ ବାର୍ଥଡେ ପାର୍ଟି ସେଲିବ୍ରେସନ । ରାତି ଅଧରେ ଉଚ୍ଚ ସ୍ବରରେ ମ୍ୟୁଜିକ୍ ବଜାଇଥିଲେ । ଯେମିତି କାହାକୁ ପରୱା ନଥିଲା । ଆଖପାଖ ଘରେ ରହୁଥିବା ଲୋକଙ୍କୁ ଖାତିର ନଥିଲା । ଏହାପରେ ଚକ୍ ଚକ୍ କରୁଥିବା ଖଣ୍ଡା ବାହାର କରି କେକ୍ କାଟିଥିଲେ । ଉତ୍ସବ ମନେଇଥିଲେ । ଏସବୁ ଦୃଶ୍ୟକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏବେ ଏହି ଭିଡିଓ ଭାଇରାଲ୍ ହୋଇଛି । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଛକରେ କିଛି ଗ୍ୟାଙ୍ଗ ବାର୍ଥ ଡେ’ ସେଲେବ୍ରେସନ୍ କରୁଥିବା ଭିଡିଓ ଭାଇରାଲ୍ ହୋଇଥିଲା । ଏହାକୁ ନେଇ ପୋଲିସ ତନାଘନା କରିଥିଲା । ଏବେ ଏହି ଭିଜୁଆଲ୍କୁ ନେଇ ଅନେକ ପ୍ରଶ୍ନ ଠିଆ କରିଛି ।

   Related Posts