Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭୁବନେଶ୍ୱରରୁ ଜାମସେଦପୁରକୁ ଉଡିଲା ବିମାନ, ପ୍ରଥମ ଦିନରେ ସକାଳ ୭ଟା ୩୦ରେ ଭରିଲା ଉଡାଣ

31/01/2023 at 11:10 AM

ଭୁବନେଶ୍ୱର ୩୧।୦୧ : ଭୁବନେଶ୍ବରରୁ ଜାମସେଦପୁରକୁ ଉଡିଲା ବିମାନ। ସକାଳ ୭ଟା ୩୦ରେ ଉଡିଲା ପ୍ରଥମ ବିମାନ। ଉଡାଣ ସ୍କିମରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ବିମାନ ଉଡାଣ ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ୨ଟି ମାର୍ଗକୁ ଯୋଗ କରି ଭୁବନେଶ୍ବରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁରରୁ କଲିକତାକୁ ଏହି ବିମାନ ଉଡ଼ିବ  ଭୁବନେଶ୍ୱର – ଜାମସେଦପୁର – କୋଲକାତା ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ସମସ୍ତ ଅନ୍ତର୍ଭୂକ୍ତ ଭଡା, ୧୪ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ବୈଧ ଅଫର୍ ରହିଛି ।

ସୂଚନା ଅନୁଯାୟୀ, ଇଣ୍ଡିଆ ୱାନ ଏୟାର ବିମାନ ଯେଉଁ ଦର ଧର୍ଯ୍ୟ କରିଛି ତାହା ହେଲା, ଭୁବନେଶ୍ବରରୁ ଜାମସେଦପୁରକୁ ୨୯୯୯ । ଜାମସେଦପୁରରୁ କଲିକତା ୧୯୯୯ । ପୁନର୍ବାର କଲିକତାରୁ ଜାମସେଦପୁର ୧୯୯୯ । ଏବଂ ଜାମସେଦପୁରରୁ ଭୁବନେଶ୍ଵର ୨୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଅଫର୍ କେବଳ ଫେବୃଆରି ୧୪ ତାରିଖ ପର୍ଯ୍ୟନ୍ତ ଦର ଧର୍ଯ୍ୟ କରାଯାଇଛି । ଆଜି ପ୍ରଥମ ଦିନରେ ବିମାନ ୭ ଟା ୩୦ରେ ବାହାରିଥିବା ବେଳେ ପ୍ରତିଦିନ ଭୁବନେଶ୍ବରରୁ ସକାଳ ୬ଟା ୩୦ରେ ବାହାରି ଜାମସେଦପୁରରେ ସକାଳ ୭ ଟା ୫୦ରେ ପହଞ୍ଚିବ  । ଜାମସେଦପୁରରୁ ୮ ଟା ୧୫ରେ ଛାଡ଼ିବ କଲିକତାରେ ୯ ଟା ୨୦ ମିନିଟରେ ପହଞ୍ଚିବ ।

ସେହିପରି ଭାବରେ କଲିକତାରୁ ୧୦ଟା ୧୦ରେ ବାହାରି ଜାମସେଦପୁରରେ ୧୧ଟା ୧୫ରେ ପହଞ୍ଚିବ। ଓ ଜାମସେଦପୁରରୁ ଅପରାହ୍ନ ୧୨ ଟା ୪୫ରେ ବାହାରି ଭୁବନେଶ୍ବରରେ ଅପରାହ୍ନ ୨ଟା ୫ରେ ପହଞ୍ଚିବ । ଭୁବନେଶ୍ୱର ରୁ ଜାମସେଦପୁରକୁ ୧ ଘଣ୍ଟା ୨୦ ମିନିଟ ଲାଗୁଥିବା ବେଳେ ଜାମସେଦପୁରରୁ କଲିକତା ୧ ଘଣ୍ଟା ୫ ମିନିଟ ଲାଗିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି ।

   Related Posts