LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭୁବନେଶ୍ଵରରୁ ଦୁବାଇକୁ ଉଡିବ ବିମାନ, ଉତ୍କଳ ଦିବସରେ ଟିକେଟ୍ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1/04/2023 at 7:56 PM

ଭୁବନେଶ୍ୱର: ଭୁବନେଶ୍ଵରରୁ ସିଧା ଦୁବାଇକୁ ଉଡିବ ବିମାନ। ବହୁପ୍ରତୀକ୍ଷିତ ବିମାନ ସେବା ମେ ୧୫ରୁ ଆରମ୍ଭ ହେବ। ଏହା ପୂର୍ବରୁ ଉତ୍କଳ ଦିବସ ଉପଲକ୍ଷେ ଆଜିଠୁ ଟିକେଟ ବୁକିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ନବୀନ ପଟ୍ଟନାୟକ କହିଛନ୍ତି, ‘ସଂଯୋଗୀକରଣ ବିକାଶର ଚାବିକାଠି ଏବଂ ଏହା ଉପରେ ଆମ ସରକାର ବିଶେଷ ଧ୍ୟାନ ଦେଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁବାଇ ସହ ସିଧା ସମ୍ପର୍କ ଯୋଡିହେବ।, ଯାହା ଦୁନିଆର ବଡ଼ ବିମାନ ସେବା କେନ୍ଦ୍ର ମଧ୍ୟରୁ ଗୋଟିଏ। ଏହା ଦ୍ୱାରା ପୂରା ଦୁନିଆ ପାଇଁ ଓଡିଶାର ପ୍ରବେଶ ଦ୍ୱାର ସିଧା ଖୋଲିବ।  ଏହା ଆଇଟି, ଉତ୍ପାଦନ ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଓଡିଶାରେ ବିନିଯୋଗ ଉପରେ ସକରାତ୍ମକ ପ୍ରଭାବ ପକାଇବ। ଦୁବାଇ ବିମାନ ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରି ମୁଁ ବହୁତ ଖୁସି ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଆଠଟି ଟିକେଟ ମିଶନ ଶକ୍ତି ମହିଳା, ଖେଳାଳି, ଆଦିବାସୀ ନେତା, ଓଡ଼ିଶାର କୁଶଳୀ ଛାତ୍ର-ଛାତ୍ରୀ ଓ କଳାକାରଙ୍କୁ ପ୍ରଦାନ କରିଛନ୍ତି। ଟିକେଟ୍ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସୁନ୍ଦରଗଡ଼ ଅଧ୍ୟକ୍ଷ ବିନୟ କୁମାର ଟପ୍ପୋ, କେନ୍ଦୁଝର ସିଡିସି ଅଧ୍ୟକ୍ଷ ଲକ୍ଷ୍ମୀ ନାୟକ, କୋରାପୁଟ ଡିଏଲଏଫ ଅଧ୍ୟକ୍ଷ ଜ୍ୟୋତିରେଖା ଚେଟେ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଫୁଟବଲ ଖେଳାଳି ଅନୁରାଧା ବିଶ୍ୱାଳ, ସୁଟର୍‌ ଶ୍ରୀୟଙ୍କା ସଡ଼ଙ୍ଗୀ, ଜୟପୁର ସରକାରୀ ଆଇଟିଆଇରୁ ବଳରାମ ରାଉତ ଏବଂ ରାଉଲକେଲା ସରକାରୀ ଆଇଟିଆଇରୁ ହିମାଂସୁ ସାହୁ ସାମିଲ୍।

ଦୁବାଇରେ  ମେକ୍ ଇନ ଓଡିଶା କନକ୍ଲେଭରେ ଯୋଗ ଦେଇହି ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ଏବଂ ଦୁବାଇ ମଧ୍ୟରେ ଖୁବ୍ ଶୀଘ୍ ବିମାନ ସେବା ଆରମ୍ଭ ହେବ ବୋଲି  ନିବେଶକ ବର୍ଗ ଏବଂ ଓଡିଆ ପ୍ରବାସୀଙ୍କୁ ଆଶ୍ଵାସନ ଦେଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ବିମାନ ଚଳାଚଳ ପାଇଁ ସଂପୂର୍ଣ୍ଣ ବଜେଟ୍‌କୁ ମଞ୍ଜୁରୀ ଦେଇଥିଲେ।

ଏହା ବ୍ୟତୀତ ଦୁବାଇକୁ ସିଧାସଳଖ ଉଡାଣ ଆରମ୍ଭ ହେବାର ଦୁଇ ସପ୍ତାହ ଭିତରେ ସିଙ୍ଗାପୁର ଏବଂ ବ୍ୟାଙ୍କକ ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଦ୍ଵାରା ଓଡିଶା ପୂର୍ବ ଓଡିଶାର ଦ୍ଵାର ହେବାର ସ୍ଵପ୍ନ ସାକାର ହେବ।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ପୂର୍ବରୁ ମଧ୍ୟ ଆନ୍ତର୍ଜାତିକ ବିମାନ ଉଡ଼ାଣ ହୋଇଛି। ହେଲେ ଦୁବାଇକୁ ସିଧା ବିମାନ ଉଡାଣରେ ଏହା ହେବ ପ୍ରଥମ ଫ୍ଲାଇଟ। ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଏକାଠି କରିବ ଏହି ବିମାନ ସେବା ବୋଲି ମୁଖ୍ୟମନ୍ତ୍ରୀ ଏହାର ଉଡାଣ ନେଇ ତତ୍ପର ପ୍ରକାଶ କରିଥିଲେ। ଓଡ଼ିଶାକୁ ଅଧିକ ବ୍ୟବସାୟ ଓ ପୁଞ୍ଜି ନିବେଶର ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି।

   Related Posts