ଦୁର୍ଘଟଣାରେ ଯୁବକ ଜଳିଯିବା ଘଟଣା : ମୃତକଙ୍କ ଘର ଜଗତସିଂହପୁର, ବାହାଘର ଭୋଜି ଖାଇ ଫେରୁଥିଲେ

Published By : Prameya-News7 Bureau | June 27, 2022 IST

ଭୁବନେଶ୍ୱର ୨୭।୦୬: ଆଚାର୍ଯ୍ୟ ବିହାର ଓଭରବ୍ରିଜ ଉପରେ ଦୁର୍ଘଟଣା ପରେ ଯୁବକ ଜଳିଯିବା ଘଟଣା । ମୃତ ଯୁବକଙ୍କ ମିଳିଲା ପରିଚୟ । ମୃତ ଯୁବକଙ୍କ ହେଲେ ଅମ୍ବିକା ପ୍ରସାଦ ପତି । ଘର ଜଗତସିଂହପୁର ଜିଲ୍ଲା ପୁରୋହିତ ପୁର ।

ଖବର ଅନୁଯାୟୀ, ଅମ୍ବିକା କେସୁରାରେ ଭଡାରେ ରହୁଥିଲେ । ଭୁବନେଶ୍ୱର ଇନଟାକ୍ସ କମ୍ପାନୀରେ ମାର୍କେଟିଂ କାମ କରୁଥିଲେ । ରବିବାର ରାତିରେ ଚନ୍ଦ୍ରଶେଖରପୁରରେ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଛି ପୋଲିସ । ଖୁବଶୀଘ୍ର ପରିବାର ଲୋକେ ଥାନା ରେ ପହଞ୍ଚିବେ ବୋଲି ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.