scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୁବନେଶ୍ବରକୁ ଜୋନାଲ୍ ସ୍ମାର୍ଟସିଟି ଆୱାର୍ଡ, ପୂର୍ବାଞ୍ଚଳରେ ଶ୍ରେଷ୍ଠ ସ୍ମାର୍ଟ ସହର

26/08/2023 at 8:23 AM

ଭୁବନେଶ୍ୱର ୨୬।୦୮: ଭୁବନେଶ୍ବର ଜୋନାଲ୍ ସ୍ମାର୍ଟସିଟି ଆୱାର୍ଡ ପାଇଁ ମନୋନୀତ ହୋଇଛି । ପୂର୍ବାଞ୍ଚଳରେ ଏହା ଶ୍ରେଷ୍ଠ ସ୍ମାର୍ଟ ସିଟି ଭାବରେ ବିବେଚିତ ହୋଇଛି । ସ୍ମାର୍ଟ ସିଟି ମିଶନ ପକ୍ଷରୁ ହୋଇଥିବା ଇଣ୍ଡିଆ ସ୍ମାର୍ଟ ସିଟି ପ୍ରତିଯୋଗିତା-୨୦୨୨ରେ ଭୁବନେଶ୍ବର ଏହି ସଫଳତା ପାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ସ୍ମାର୍ଟ ସିଟି ଲିମିଟେଡକୁ ଏହି ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଇନ୍ଦୋର ଦେଶର ସବୁ ସ୍ମାର୍ଟ ସିଟି ଭିତରେ ଶ୍ରେଷ୍ଠ ବିବେଚିତ ହୋଇଛି ।

ଖବର ଅନୁଯାୟୀ, ସ୍ମାର୍ଟସିଟି ପ୍ରକଳ୍ପ କାର୍ଯ୍ୟକାରିତାରେ ସଫଳତା, ଇନୋଭେଟିଭ୍‌ ପ୍ରକଳ୍ପ, ସହରର ସାମଗ୍ରିକ ବିକାଶ, ନିରାପଦ ଓ ସୁସ୍ଥ ସହର ସହ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକାରୀ କରିବାରେ ସହରର ପ୍ରଦର୍ଶନ ଭଳି ଏକାଧିକ ମାନଦଣ୍ଡକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି । ୮୦ଟି ସ୍ମାର୍ଟ ସିଟି ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ କଣ୍ଟେଷ୍ଟର ମୋଟ ୬ଟି ବର୍ଗ ପାଇଁ ନାମାଙ୍କନ ଭରିଥିଲେ । ପ୍ରକଳ୍ପ ପୁରସ୍କାର, ଇନୋଭେସନ ପୁରସ୍କାର, ନ୍ୟାସନାଲ/ଜୋନାଲ ସହର ପୁରସ୍କାର, ରାଜ୍ୟ ପୁରସ୍କାର, କେନ୍ଦ୍ରଶାସିତ ପୁରସ୍କାର ଓ ଅଂଶୀଦାର ପୁରସ୍କାର ଭଳି ଭିନ୍ନ ଭିନ୍ନ ବର୍ଗ ପାଇଁ ୮୪୫ଟି ନାମାଙ୍କନ ଆସିଥିଲା ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଅର୍ବାନ ଆଫେୟାର୍ସ (ଏନଆଇୟୁଏ) ପକ୍ଷରୁ ଏକ ବିଚାରକ ମଣ୍ଡଳୀ ଏହି ନାମାଙ୍କନ ଭିତରୁ ଶ୍ରେଷ୍ଠ ସହରକୁ ବାଛିଥିଲେ । ପୂର୍ବାଞ୍ଚଳ ଜୋନ୍‌ରେ ଭୁବନେଶ୍ୱର ସହ ରାଞ୍ଚିକୁ  ଜୋନାଲ ସ୍ମାର୍ଟସିଟି ଆୱାର୍ଡ ପାଇଁ ବଛା ଯାଇଛି । ଉତ୍ତର-ପୂର୍ବ ଜୋନ୍‌ରେ କୋହିମା ଓ ନାମ୍‌ଚୀକୁ ଜୋନାଲ ସ୍ମାର୍ଟ ସିଟି ଆୱାର୍ଡ ଦେବାକୁ ଚୟନ କରାଯାଇଛି । ଉତ୍ତରାଞ୍ଚଳ ଜୋନ୍‌ରେ ବାରଣାସୀ ଓ ଉଦୟପୁର ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଦକ୍ଷିଣାଞ୍ଚଳ ଜୋନ୍‌ରେ କୋଏମ୍ବାଟର ଓ ବେଲଗାଭୀ ଏହି ପୁରସ୍କାର ପାଇବେ । ପଶ୍ଚିମ ଜୋନ୍‌ରେ ଅହମ୍ମଦାବାଦ ଓ ସୋଲାପୁରକୁ ଜୋନାଲ ସ୍ମାର୍ଟସିଟି ଆୱାର୍ଡ ମିଳିବ ।

ଦେଶର ସବୁ ସ୍ମାର୍ଟସିଟି ଭିତରେ ଇନ୍ଦୋରକୁ ୧ନଂ ସ୍ମାର୍ଟ ସହର ମାନ୍ୟତା ମିଳିଛି । ଏହାକୁ ଜାତୀୟ ପୁରସ୍କାର ମିଳିବ । ଦ୍ୱିତୀୟରେ ସୁରତ ଓ ତୃତୀୟରେ ଆଗ୍ରା ସହରକୁ  ଜାତୀୟ ସ୍ମାର୍ଟ ସହର ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଛନ୍ତି । ସେହିଭଳି ସ୍ମାର୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସବୁ ରାଜ୍ୟ ଭିତରେ ମଧ୍ୟପ୍ରଦେଶ ସବୁଠୁ ଆଗରେ ଅଛି । ମଧ୍ୟପ୍ରଦେଶକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ମିଳିବ ।

   Related Posts