ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଶାନ୍ତ ରାଜଧାନୀ କଲେଜ, ସାଇନ-ଏ-ଡାଏ ଘୋଷଣା କଲେ କଲେଜ କର୍ତ୍ତୃପକ୍ଷ

Published By : Prameya-News7 Bureau | October 05, 2018 IST

ଭୁବନେଶ୍ୱର ୪/୧୦: ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଶାନ୍ତ ରାଜଧାନୀ କଲେଜ । ନିର୍ବାଚନ ବାତିଲ୍ ଘୋଷଣା କଲେ କଲେଜ କର୍ତ୍ତୃପକ୍ଷ । ଆସନ୍ତା ୨୫ ତାରିଖ ଯାଏ କଲେଜରେ ସାଇନ-ଏ-ଡାଏ ଘୋଷଣା କରିଯାଇଛି । ଏଥି ସହ ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଲେଜ କରତ୍ତୃପକ୍ଷ । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଉତ୍ତେଜନା ଦେଖା ଦେଇଥିଲା । ରାଜଧାନୀ ଷ୍ଟୁଡେଣ୍ଟ ଫୋରମର ଛାତ୍ରଛାତ୍ରୀ କଟିଯିବା ପରେ କଲେଜରେ ଲଙ୍କାକାଣ୍ଡ କରିଥିଲେ । କଲେଜ ପରିସରରେ ଭଙ୍ଗାରୁଜା କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା । ସେପଟେ ଦେବରାୟ କଲେଜରେ ବୋମାମାଜ ପରେ ନିର୍ବାଚନ ବାତିଲ୍ ହୋଇଛି । କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.