ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଲୱେ ଷ୍ଟେସନ୍, ୩୦୮ କୋଟି ଟଙ୍କା ବ୍ୟୟରେ ନବୀକରଣ ପାଇଁ ଭୂମି ପୂଜନ

Published By : Prameya-News7 Bureau | December 29, 2022 IST

ଭୁବନେଶ୍ୱର ୨୯।୧୨ : ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ନବୀକରଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇଥିଲେ।

ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୩୦୮ କୋଟିର ବ୍ୟୟବରାଦ କରାଯାଇଛି। ଯାହାକି ୨୪ ମାସ ମଧ୍ୟରେ ସରିବ। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ ବିକାଶ ଲାଗି ଓଡ଼ିଶା ପାଇଁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। କେନ୍ଦ୍ର ସରକାରଙ୍କର ଇଚ୍ଛା ଶକ୍ତି ଅଛି, ଅର୍ଥ ଅଛି। ଆଜି ପୁରୀ-ଜଳେଶ୍ୱର-ପୁରୀ ପାସେଞ୍ଜର ଟ୍ରେନ ଏବଂ ତାଳଚେର-ଢେଙ୍କାନାଳ-ଭଦ୍ରକ ମାର୍ଗ ଦେଇ ସମ୍ବଲପୁର-ଶାଲିମାର ଏକ୍ସପ୍ରେସ ଟ୍ରେନ୍ ପ୍ରଚଳନ କରାଯାଇଛି ।

ସେହିପରି  ଓଡ଼ିଶାରେ ଆଗାମୀ  ଜାନୁଆରି ୨୬ ପୂର୍ବରୁ ୫-ଜି ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଶ୍ବିନୀ ବୈଷ୍ଣବ।  ଯାହାଦ୍ୱାର ସାଧାରଣଲୋକେ ୫-ଜି ସେବାର ଲାଭ ଉଠାଇପାରିବେ । ପୂର୍ବ ତୁଳନାରେ ଉନ୍ନତମାନର ସେବା ପାଇବେ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.