ରାଜରାସ୍ତାରେ ବୁଲିଲା ଏଗୁଆନା: ଭୟଭୀତ ହେଲେ ଲୋକେ
22/03/2023 at 11:05 PM

ଭୁବନେଶ୍ୱର: ରାଜରାସ୍ତାରେ ବୁଲିଲା ଏଗୁଆନା। ସ୍କୁଟିରେ ବସି ବିଭିନ୍ନ ଛକ ବୁଲି କିଣାବିକା ବି କଲା। ଲୋକେ ଡରି ଥାନାକୁ ଜଣାଇବା ପରେ ଥାନାରେ ହାଜର ହେଲା ଏଗୁଆନା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଜି ଗୋଟିଏ ଏଗୁଆନା ଗାଡ଼ିରେ ବୁଲୁଥିବା ଦେଖି ଲୋକେ ଡରି ଯାଇଥିଲେ। କାଳେ କାହାକୁ କ୍ଷତି ପହଞ୍ଚାଇବ ସେ ନେଇ କଣ୍ଟ୍ରୋଲ ରୁମ୍କୁ କଲ କରିବା ପରେ ପୁଲିସ୍ ଉଭୟ ମାଲିକ ଆଦିତ୍ୟ ଏବଂ ତାଙ୍କ ଏଗୁଆନାକୁ ନିକଟସ୍ଥ ମୈତ୍ରୀ ବିହାର ଥାନାକୁ ଆଣି ଥିଲେ।
ପଚରାଉଚରା କରିବା ବେଳେ ଆଦିତ୍ୟ ଏହି ବିରଳ ପ୍ରଜାତିର ଏଗୁଆନକୁ ଦୀର୍ଘ ଚାରିବର୍ଷ ହେବ ପାଳିଥିବା ବେଳେ ଏଣ୍ଡୁଅଟି ଫଳ ଏବଂ ପନିପରିବା ଖାଇବା ସହ କାହାକୁ ଆକ୍ରମଣ କରୁନଥିବା କହିଥିଲେ। ସେପଟେ ସ୍ଥାନୀୟ ଥାନା ଅଧିକାରୀ ବନ ବିଭାଗ ଅଧିକାରୀଙ୍କୁ ଏହି ସଂକ୍ରାନ୍ତରେ ପଚାରିବା ସହ ଭେରିଫିକେଶନ କରି ଆଦିତ୍ୟ ଏବଂ ତାଙ୍କ ପାଳିତ ଏଗୁଆନା କୁ ଛାଡ଼ି ଦେଇଥିଲେ।