ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ମାଡ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ସର୍ବେଶ୍ୱରଙ୍କ ମୃତ୍ୟୁ
2/02/2023 at 10:07 AM

ଭୁବନେଶ୍ୱର ୦୨।୦୨ : ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ମାଡ ଘଟଣା । ଗୁରୁତର ଅବସ୍ଥାରେ ଚିକିତ୍ସିତ ଯୁବକ ସର୍ବେଶ୍ବର ବେହେରାଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାରେ ୩ଜଣଙ୍କୁ ଗିରଫ ମଧ୍ୟ କରିଛି ।
ଖବର ଅନୁଯାୟୀ, ପଥର ବନ୍ଧ ବସ୍ତିର ସର୍ବେଶ୍ଵର ବେହେରାଙ୍କ ନିଶା ଛଡାଇବା ପାଇଁ ତାଙ୍କୁ ସାଇ କୃପା ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସର୍ବେଶ୍ଵରଙ୍କୁ ନିଶା ମୁକ୍ତ କରିବାକୁ ୭ ହାଜର ଟଙ୍କା ଅଗ୍ରୀମ ଦିଆଯାଇଥିଲା । କିଛି ଦିନ ତଳେ ଚେତା ଶୂନ୍ୟ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ସେହି ଯୁବକଙ୍କ ମୃତ୍ୟୁ ହୋଇଛି ।
ସେପଟେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ସର୍ବେଶ୍ବରକୁ ମାଡ ମାରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ ବି କରିଛି ମଞ୍ଚେଶ୍ବର ପୋଲିସ । ବୁଧବାର ଦିନ ଗିରଫ କରିଥିଲା ପୋଲିସ । ୩ ଜଣଙ୍କ ମଧ୍ୟରେ ସାଇକୃପା ନିଶା ନିବାରଣ କେନ୍ଦ୍ରର ମାଲିକ ଥିବା ଜଣାପଡିଛି ।