ରାଜଧାନୀରେ ଆତଙ୍କରାଜ, ଡ୍ୟୁଟି ସାରି ଫେରିବା ବେଳେ ପୋଲିସ ଏସଆଇଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ

Published By : Prameya-News7 Bureau | January 04, 2023 IST

ଭୁବନେଶ୍ୱର ୦୪।୦୧: ଗୋଟିଏ ପଟେ କମିଶନରେଟ ପୋଲିସର ବ୍ଲକିଂ ଚେକିଂ ଜୋରଦାର। ଭୁବନେଶ୍ଵର ରାସ୍ତା ଉପରେ ମାଳ ମାଳ ପୋଲିସ । ଅନ୍ୟପଟେ ମହିଳା ପୋଲିସକୁ ଦୁର୍ବୃତ୍ତଙ୍କ ଗୋଡେଇ ଗୋଡେଇ ଆକ୍ରମଣ । ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ମହିଳା ଥାନା ଏସ୍ଆଇ ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଶୁଭଶ୍ରୀ ନିଜ କାର୍ ଯୋଗେ ମହିଳା ଥାନାରୁ ପୋଲିସ ବାରାକରେ ଥିବା କ୍ଵାଟରକୁ ଫେରୁଥିଲେ । ସାଇନ୍ସ ପାର୍କ ନିକଟରେ ତାଙ୍କ କାରକୁ ଏକ ଇନୋଭା କାର୍ ଧକ୍କା ଦେବାକୁ ଚେଷ୍ଟା କରିଥିଲା ।

ଏହାପରେ ଶୁଭଶ୍ରୀ ପୋଲିସ ବାରାକ ଭିତରକୁ ଭୟରେ ପଶିଯାଇଥିଲା । ହେଲେ ତାଙ୍କୁ ପିଛା କରୁଥିବା କାରରେ ଥିବା ଦୁର୍ବୃତ୍ତ ମାନେ ଖଣ୍ଡା ବାହାର କରି ଶୁଭଶ୍ରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ । ଶୁଭଶ୍ରୀ ସହୟତା ମାଗି ଜୋରରେ ଚିତ୍କାର କରିବାରୁ ବାରାକରେ ଡ୍ୟୁଟି କରୁଥିବା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାଦେଖି ଦୁର୍ବୃତ୍ତ ମାନେ କାର ନେଇ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ସହିଦନଗର ଥାନାରେ ଅଭିଯୋଗ ହେବାପରେ ପୋଲିସ ସିସିଟିଭି ଯାଞ୍ଚ କରି କାରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.