ରେଳ ଷ୍ଟେସନ୍ରେ ରୁଷ୍ ନାଗରିକଙ୍କ ବିକ୍ଷୋଭ ଘଟଣା, ଥାନାରେ ଅଟକ ରଖିଛି ପୋଲିସ
31/12/2022 at 2:37 PM

ଭୁବନେଶ୍ୱର ୩୧।୧୨ : ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରତିବାଦ ଘଟଣା । ବିକ୍ଷୋଭ କରୁଥିବା ରୁଷୀୟ ନାଗରିକଙ୍କୁ ଅଟକ ରଖିଛି ପୋଲିସ । ରୁଷ୍ ନାଗରିକଙ୍କ ପାସପୋର୍ଟ ଠିକ୍ ଥିବା ବେଳେ ଭିସାର ଅବଧି ଶେଷ ହୋଇଯାଇଛି । ଖାରବେଳ ନଗର ଥାନା ପୋଲିସ ଏବଂ ଜିଆର୍ପି ରୁଷ୍ ନାଗରିକଙ୍କୁ ପଚରାଉଚରା ଜାରି ରଖିଛନ୍ତି । ସେହିପରି ଜିଆର୍ପିରେ ପହଞ୍ଚିଲେ ସ୍ପେଶାଲ ବ୍ରାଞ୍ଚ ପୋଲିସ ଅଧିକାରୀ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଷ୍ଟେସନରେ ରୁଷ ନାଗରିକଙ୍କୁ ଠାବ କରାଯାଇଥିଲା । ମୁଁ ପୁଟିନ୍ ବିରୋଧୀ । ମତେ ରକ୍ଷା କର… । ‘ଆଇ ଆମ୍ ରଷିଆନ୍ ରିଫ୍ୟୁଜି । ଆଇ ଆମ୍ ଏଗନ୍ଷ୍ଟ ଦ ୱାର୍ । ଆଇ ଆମ୍ ଏଗନ୍ଷ୍ଟ ପୁଟିନ୍ । ଆଇ ଆମ୍ ହୋମ୍ଲେସ୍ । ପ୍ଲିଜ୍ ହେଲ୍ପ ମି’… । ହାତରେ ଏମିତି କିଛି ଲେଖାଥିବା ଏକ ବୋର୍ଡ ଧରିଥିଲେ । ମୁଣ୍ଡରେ ଟୋପି, କାନ୍ଧରେ ବ୍ୟାଗ୍ । ଟିସାର୍ଟ ସାଙ୍ଗକୁ ୱାନ୍ ଥାର୍ଡ ଟ୍ରାକ୍ ସୁଟ୍ ପିନ୍ଧିଥିଲେ । ଭୁବନେଶ୍ୱର ଷ୍ଟେସନ୍ ମୁଖ୍ୟ ପ୍ରବେଶ ଦ୍ୱାରରେ ଏଭଳି ଅବସ୍ଥାରେ ଛିଡ଼ା ହୋଇ ସାହାଯ୍ୟ ମାଗୁଥିଲେ ।