ରାଜଧାନୀରେ ଷଣ୍ଢ ଉତ୍ପାତ, ଗୋଡେଇ ଗୋଡେଇ କରୁଛି ଆକ୍ରମଣ
11/12/2022 at 11:11 AM

ଭୁବନେଶ୍ୱର ୧୧।୧୨ : ରାଜଧାନୀରେ ମାତିଛି ପାଗଳ ଷଣ୍ଢ। ପଟିଆ ପଦ୍ମକେଶରପୁର ଅଞ୍ଚଳରେ ଆତଙ୍କ ଖେଳାଇଲା ପାଗଳ ଷଣ୍ଢ। ଯାହାକୁ ଦେଖିଲା ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା । ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଜଣେ ମହିଳା ଗୁରୁତର ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛି।
ସୂଚନା ମୁତାବକ, ପଟିଆ ପଦ୍ମକେଶପୁର ଅଞ୍ଚଳରେ ଦୁଇ ଦିନ ହେବ ମାତିଛି ପାଗଳ ଷଣ୍ଢ। ଷଣ୍ଢ ଭୟ ଘରୁ ବାହାରିବାକୁ ଡରୁଛନ୍ତି ସ୍ଥାନୀୟ ଲୋକେ। ଏନେଇ ବିଏମସିକୁ ସୂଚନା ଦିଆଯାଇଛି। ଏହା ପରେ ଆକ୍ସନ୍ ମୋଡ଼କୁ ଆସିଛି ବିଏମ୍ସି। ଆଜି ପାଗଳ ଷଣ୍ଢକୁ କାବୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ହେଲେ ସବୁ ପ୍ରକାର ଚେଷ୍ଟା ଫେଲ୍ ମାରିଛି। ଫଳରେ ରାସ୍ତାରେ ଷଣ୍ଢଟି ଚାରି ଆଡେ ଘୂରି ବୁଲୁଛି।
Related Posts
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023
ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
7 February 2023