suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜଧାନୀରେ କଙ୍ଗାରୁକୋର୍ଟ ! ଯୁବକଙ୍କ ଗୋଡକୁ ବାନ୍ଧି ନିସ୍ତୁକ ପିଟିଲେ ଓମଫେଡ ବ୍ୟବସାୟୀ

25/03/2023 at 2:20 PM

ଭୁବନେଶ୍ୱର ୨୫।୦୩ : ରାଜଧାନୀରେ ଅଭାବନୀୟ ଘଟଣା । ଯୁବକଙ୍କ ଗୋଡକୁ ଶିଙ୍କୁଳିରେ ତାଲା ବାନ୍ଧି ନିସ୍ତୁକ ପିଟିଲେ ଓମଫେଡ ବ୍ୟବସାୟୀ । ଏଭଳି ଏକ ଅମାନୁଷିକ ଘଟଣାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି ।

ଖବର ଅନୁଯାୟୀ, ଭରତପୁର ଅଞ୍ଚଳରେ ସକାଳୁ ସକାଳୁ ଜଣେ ଡ୍ରାଇଭର ଓମଫେଡ ଦୋକାନର ଏକ ଟିଣ ଉଠାଇଥିଲେ । ଏହାକୁ କେନ୍ଦ୍ର କରି ସଂପୃକ୍ତ ଥିବା ବ୍ୟବସାୟୀ ଜଣଙ୍କ ଉତକ୍ଷିପ୍ତ ହୋଇ ଡ୍ରାଇଭରଙ୍କ ଦୁଇ ଗୋଡକୁ ଏକ ଶିକୁଳିରେ ବାନ୍ଧି ରଖିଥିଲେ । ଏହାପରେ ନିସ୍ତୁକ ମାଡ ମାରିଥିଲେ । ମାଡ ମାରି ଅଧ ମରା କରି ଦେଇଥିଲେ ।

ସେପଟେ ଖବର ଜାଣିବା ପରେ ଆହତଙ୍କ ପତ୍ନୀ ସେଠାକୁ ଆସି ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ଏଭଳି ଏକ ଅମାନୁଷିକ ଘଟଣାରେ ଭରତପୁର ଥାନାରେ ଅଭିଯୋଗ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଆକ୍ରମଣ କରିଥିବା ଯୁବକ ଚନ୍ଦନଙ୍କୁ ଗିରଫ କରି ଜେଲ ପଠାଇଛି ଭରତପୁର ଥାନା ପୋଲିସ ।

   Related Posts