ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳତା ଉପରେ ଲାଗିଲା କଟକଣା

Published By : Prameya-News7 Bureau | March 07, 2023 IST

ଭୁବନେଶ୍ୱର ୦୭।୦୩ : ଯାତ୍ରା ଓ ମେଲୋଡ଼ି ମଞ୍ଚରେ ଆଉ ପରିବେଷଣ ହେବନି ଅଶ୍ଲୀଳ ନୃତ୍ୟ । ରାଜ୍ୟ ସରକାରକଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି ।

ଖବର ଅନୁଯାୟୀ, ଯାତ୍ରା ଓ ମେଲୋଡି ଓଡିଶାରେ ମନୋରଞ୍ଜନର ଏକ ବେଶ୍ ଲୋକପ୍ରିୟ ମାଧ୍ୟମ । ହେଲେ ଅନେକ ସମୟରେ ଏଠାରେ ଅଶ୍ଲୀଳତା ନାଚ ଓ ଗୀତ ପ୍ରଦର୍ଶନ ହେଉଥିବା ଅଭିଯୋଗ ଆସିଥାଏ । ତେବେ ଏସବୁ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି ।

ଏହି ଗାଇଡଲାଇନ୍‌ରେ ଏଣିକି ଯାତ୍ରା ଅଞ୍ଚଳରେ ଆଉ ପରିବେଶଷଣ ହେବନି ଅଶ୍ଲୀଳ ନୃତ୍ୟ । ଖାସ୍‌ କରି ଅଶ୍ଳୀଳ, ଦ୍ୱିଅର୍ଥବୋଧକ ସଂଳାପ ଓ ନୃତ୍ୟ ପ୍ରଦର୍ଶନ ଉପରେ କଟକଣା ଜାରି କରାଯାଇଛି । ଏନେଇ ଜିଲ୍ଲାପାଳ ଏବଂ ଆରକ୍ଷା ଅଧିକ୍ଷକମାନଙ୍କୁ ଚିଠି ଲେଖି ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.