ମାତାଲ୍‌ ଯୁବତୀଙ୍କ କାର୍‌ନାମା : ରାସ୍ତାରେ ବୁଲିଲେ, ଯାହାକୁ ପାରିଲେ ତାକୁ ଗାଳିକଲେ, ପୋଲିସ ନାକେଦମ୍‌

Published By : Prameya-News7 Bureau | January 17, 2023 IST

ଭୁବନେଶ୍ୱର ୧୭।୦୧ : ରାଜଧାନୀରେ ଅଧରାତିରେ ମଦ୍ୟପ ଯୁବତୀଙ୍କ କାରନାମା। ରାସ୍ତାରେ ବୁଲିଲେ, ଯାହାକୁ ପାରିଲେ ତାକୁ ଗାଳିକଲେ । ପୋଲିସ ଓ ପିସିଆରକୁ ମଧ୍ୟ ନାକେଦମ କଲେ ଯୁବତୀ । ଭୁବନେଶ୍ବର କଳ୍ପନା ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଖବର ଅନୁଯାୟୀ,  ଏହି ଯୁବତୀଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ। ସେ ହାପ ପାଣ୍ଟ, ଟି- ସାର୍ଟ ପିନ୍ଧିଥିଲେ। ଆଇଟି କମ୍ପାନୀର ଚାକିରିଆ, ସମ୍ଭ୍ରାନ୍ତ ଘରର ଝିଅ ବୋଲି ଜଣାପଡିଛି। ସେ ବଡ଼ଗଡ଼ ବ୍ରିଟ୍‌ କଲୋନିରେ ଘର ଭଡ଼ା ନେଇ ରହୁଛନ୍ତି । ରବିବାର ରାତିରେ ଉକ୍ତ ତାଙ୍କ ଘରେ ସହକର୍ମୀଙ୍କ ସହ ପାର୍ଟି ଚାଲିଥିଲା । ସଭିଏଁ ନାକେ ଯାଏଁ ମଦ ପିଇଥିଲେ । ପରେ ଯିଏ ଯାହା ବାଟରେ ଚାଲିଯାଇଥିଲେ । ଏହାପରେ ରୁମ୍‌ରୁ ନିଶସକ୍ତ ଯୁବତୀଜଣକ ବାହାରିଲେ । କୁଆଡ଼େ ଯିବେ ଜାଣି ପାରିଲେନି । ଗଳିକନ୍ଦି ରାସ୍ତା ଦେଇ କେନାଲ ରୋଡରେ ପହଞ୍ଚିଲେ । ସେଠାରୁ ସେ କଳ୍ପନା ଛକ ଅଭିମୁଖେ ମୁହାଁଇଥିଲେ । ସେଠାରେ ପାଟ୍ରୋଲିଂ ଡ୍ୟୁଟିରେ ଥିବା ପିସିଆର ଭ୍ୟାନ୍‌ର କର୍ମଚାରୀମାନଙ୍କ ଯୁବତୀଙ୍କ ଉପରେ ସନ୍ଦେହ ଉପୁଜିଥିଲା । ଜଣେ କର୍ମଚାରୀ ତାଙ୍କୁ ଅଟକାଇ ପଚାରିଥିଲା, ମ୍ୟାଡାମ୍‌… ରାତି ଅଧରେ କୁଆଡ଼େ ଏକୁଟିଆ ଯାଉଛନ୍ତି? ସୁବିଧା ଅସୁବିଧା ଅଛି… । ଏତିକି ଶୁଣି ଯୁବତୀଜଣକ ଚିହିଁକି କହିଲେ, ମୋ ମନ, ମୋ ମର୍ଜି… ମୁଁ ଯୁଆଡ଼େ ଚାହିଁବି, ସିଆଡ଼େ ଯିବି । ତୁମେ କିଏ ସବୁ ମତେ ପଚାରିବାକୁ । ମୁଁ ବର୍ତ୍ତମାନ ଚଣ୍ଡିଖୋଲ ଯାଉଛି । ଚୁପ୍‌ଚାପ୍‌ ତମ ବାଟରେ ଯାଅ । ଏଭଳି କଟୁକ୍ତି ଶୁଣିବା ସତ୍ତେ୍ୱ ପୁଲିସ କର୍ମଚାରୀମାନେ ତାଙ୍କୁ ବୁଝାଇଥିଲେ । ସୁରକ୍ଷିତ ଭାବେ ଘରେ ଛାଡି଼ ଦେବେ ବୋଲି କହିଥିଲେ । କିନ୍ତୁ ଯୁବତୀଜଣକ ନିଜ୍‌ ଜିଦ୍‌ରେ ଅଟଳ ।

ରାସ୍ତା ମଝିରେ ଝୁଲି ଝୁଲି ଚାଲିବାକୁ ଲାଗିଲେ । ପିସିଆର ମଧ୍ୟ ଯୁବତୀଙ୍କୁ ପିଛା କରିବାକୁ ଲାଗିଲା । ପିସିଆର ଭ୍ୟାନ୍‌ ପୁଣି ଆସିବା ଦେଖି ଯୁବତୀ ଜଣକ ଦୌଡ଼ି ପଳାଇବାକୁ ଲାଗିଲେ । କିଛି ବାଟ ଦୌଡ଼ିବା ପରେ ହାଲିଆ ହୋଇଯିବାରୁ ବିଜେଇଏମ ସ୍କୁଲ ପାଖରେ ଥିବା ତାରିଣୀ ମନ୍ଦିର ବାହାର ପାହାଚରେ ଥକ୍କା ମାରି ବସି ପଡ଼ିଲେ । ଶେଷରେ ପିସିଆର ଭ୍ୟାନ୍‌ ଥାନାକୁ ଯାଇ ଜଣେ ମହିଳା କର୍ମଚାରୀଙ୍କୁ ସାଙ୍ଗରେ ଆଣିଲା । ଜୈନକ ମହିଳା କର୍ମଚାରୀଙ୍କ ସହାୟତାରେ ଯୁବତୀଙ୍କୁ ତାଙ୍କ ଘରେ ଛଡ଼ା ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.