ଭୁବନେଶ୍ୱର ଏୟାରପୋର୍ଟରେ ବୋମା ଆତଙ୍କ, ପାର୍ସଲରେ ବୋମା ଆସିଥିବା ସୂଚନା
28/12/2022 at 2:52 PM

ଭୁବନେଶ୍ୱର ୨୮।୧୨: ଭୁବନେଶ୍ୱର ବିମାନବନ୍ଦରରେ ବୋମା ଆତଙ୍କ । ଏୟାରପୋର୍ଟରେ ଥିବା କାର୍ଗୋ ଟର୍ମିନାଲରେ ଏହି ବୋମା ଆତଙ୍କ ଦେଖାଦେଇଛି । ଯାହାପରେ ବମ୍ ସ୍କ୍ୱାର୍ଡ ଏବଂ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ ଜାରି ରହିଛି ।
ଖବର ଅନୁଯାୟୀ, ବୁଧବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱର ବିମାନବନ୍ଦରକୁ ପାର୍ସଲରେ ଏକ ବୋମା ଆସିଥିବା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ସୁରକ୍ଷାକର୍ମୀଙ୍କୁ ସଜାଗ କରାଯାିଥିଲା । ବୋମା ଖବର ପାଇ ସଙ୍ଗେ ସଙ୍ଗେ ବିମାନବନ୍ଦରର କାର୍ଗୋ ଟର୍ମିନାଲକୁ ଡଟ୍ ସ୍କ୍ୱାର୍ଡ ଓ ବମ୍ ସ୍କ୍ୱାର୍ଡକୁ ପଠାଯାଇଥିଲା । ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ବିମାନବନ୍ଦର ପରିସର ଓ ବାହାର ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି ।
ସୂଚନାଯୋଗ୍ୟ ଯେ, ଆସନ୍ତାବର୍ଷ ମାନେ ୨୦୨୩, ଜାନୁଆରୀ ମାସ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍ର ଆୟୋଜନ ହେବ । ଯାହା ଜାନୁରୀ ୨୯ ପର୍ଯ୍ୟନ୍ତ ଚାଲିବ । ମୋଟ ୧୬ ଦିନ ଚାଲିବ ହକି ମହାକୁମ୍ଭ ।