oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମୁଦ୍ର ତଟବର୍ତ୍ତୀ ଲୁଣାବନ୍ଧର ହେବ ସ୍ଥାୟୀ ସମାଧାନ, ବାତ୍ୟା ଯୋଗୁଁ ହୋଇଥିଲା କ୍ଷତିଗ୍ରସ୍ତ-ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

8/08/2022 at 2:49 PM

ଭୁବନେଶ୍ୱର ୦୮।୦୮: ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ସମୁଦ୍ର ତଟବର୍ତ୍ତି ଲୁଣାବନ୍ଧର ହେବ ସ୍ଥାୟୀ ସମାଧାନ । ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇ ତିଆରି କରାଯିବ ସୁଦୃଢ଼ ଲୁଣାବନ୍ଧ । ଏଥିଲାଗି ଆସନ୍ତା ୧୦ ତାରିଖରେ ଚେନ୍ନାଇର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଟେକ୍ନୋଲୋଜି (NIOT) ସହ ଏମ୍‌ଓୟୁ ସ୍ଵାକ୍ଷର କରିବ ଜଳସମ୍ପଦ ବିଭାଗ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ଏହି ଏମ୍‌ଓୟୁ ଅଧୀନରେ ନଦୀବନ୍ଧର ସୁଦୃଢ଼ୀକରଣ ଲାଗି ଟେକ୍ନୋଲୋଜି ସହାୟତା ଯୋଗାଇବ NIOT, ଚେନ୍ନାଇ । ପ୍ରଥମ ପର୍ଯ୍ୟାୟରେ ଅତି ସମ୍ବେଦନଶୀଳ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ୧୯୮ କିମି ଲୁଣାବନ୍ଧର ହେବ ସୁଦୃଢ଼ୀକରଣ । ଏଥିଲାଗି ଖର୍ଚ୍ଚ ହେବ ୭୬୩ କୋଟି ଟଙ୍କା । ଏହାଛଡ଼ା ବନ୍ୟା ଆଶଙ୍କାକୁ ଏଡାଇବାକୁ ଚଳିତ ବର୍ଷ ରାଜ୍ୟର ୧୮ଟି ଦୁର୍ବଳ ନଦୀବନ୍ଧ ଚିହ୍ନଟ ହୋଇଥିଲା । ସମସ୍ତ ନଦୀବନ୍ଧର କାମ ସରିଛି । ବନ୍ୟା ଲାଗି ବିଭାଗ ସଜାଗ ରହିଛି । ଯେକୌଣସି ପରିସ୍ଥିତି ଆସିଲେ ବି ମୁକାବିଲା ଲାଗି ସରକାର ପ୍ରସ୍ତୁତ ।

   Related Posts