ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଝାରସୁଗୁଡା : ଝାରସୁଗୁଡାରେ ୬ଟିକିଆ ହାତୀ ପଲ, ଜଗିଛନ୍ତି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍
  • ||
  • ପାଟଣା : ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ
  • ||
  • ଜଳେଶ୍ବର : ମହିଳାଙ୍କୁ କମେଣ୍ଟ ମାରି ଯୁବକ ହଟହଟା : ଚପଲରେ ମାଡ ଖାଇଲେ, କାନ ଧରି ଉଠବସ୍ ହେଲେ
  • ||
  • ସୁବର୍ଣ୍ଣପୁର : ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା
  • ||
  • ବଲାଙ୍ଗୀର : କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
  • ||
  • ଭୁବନେଶ୍ବର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
  • ||
  • ଦେବଗଡ : ବନ୍ଦ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ହନୁମାନ ଟଙ୍କା କାରବାରରେ ଗତବର୍ଷ ଧରାପଡିଥିଲେ ମୃତକ
  • ||
  • ବାରଙ୍ଗ : ପେଟରୁ ଅଣ୍ଡା କାଢିବା ବେଳେ ଆଖିବୁଜିଲା ଧଳା ମୟୁର
  • ||
  • ଟିଟିଲାଗଡ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?
  • ||
  • ବାଲିଗୁଡା: ନୀଳ ଜହରର ହବ୍ ପାଲଟିଛି ବାଲିଗୁଡା, ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||

ଭଡା ଘରେ ରଖୁଛନ୍ତି, ଫୋନ୍‌ କଲେ ଘରେ ନେଇ ଛାଡୁଛନ୍ତି

20/02/2023 at 2:55 PM

ଭୁବନେଶ୍ୱର ୨୦।୦୨ :  କିଛି ଦିନ ପରେ ବ୍ରହ୍ମପୁର ସହରରେ ପୁଣି ଆକ୍ଟିଭ୍‌ ସେକ୍ସ ରାକେଟ୍‌ । ଦଲାଲମାନେ ପୁଣି ଆରମ୍ଭ କଲେଣି ଦେହର ସଉଦା । ଏବେ ଆଉ ଜାଗାରେ ହେଉନି ଡିଲ୍‌ । ଫୋନ୍‌ରେ ହେଉଛି ବୁକିଂ, ଆଉ ଦେହଜୀବୀଙ୍କୁ ଘରେ ନେଇ ଛାଡିଦେଇଛନ୍ତି କାର୍ପଟଦାର । ସହରର ବିଭିନ୍ନ ଅଞ୍ଚଳରେ ଏପରି କାରବାର  ଚାଲିଥିଲେ ବି ପୋଲିସ ପାଖରେ ଖବର ନାହିଁ ।

ଖବର ଅନୁଯାୟୀ, ସହରର ବିଭିନ୍ନ ଥାନା ଅଞ୍ଚଳରେ ଘର ଭଡ଼ାରେ ନେଇଛନ୍ତି ଦଲାଲ । ସେଠାରେ ଦେହଜୀବୀଙ୍କୁ ଆଣି ରଖୁଛନ୍ତି । ଫୋନ୍‌ରେ ବୁକିଂ ପରେ  ଗ୍ରାହକଙ୍କ ପାଖକୁ ନେଇ ଯାଉଛନ୍ତି ଦଲାଲ । ସେଠାରେ ହିଁ ଦରଦାମ୍‌ ଛିଡୁଛି । ଏବେ ଦୁଇ ସପ୍ତାହ ହେଲା କାରବାର ଆକ୍ଟିଭ୍ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏଥିରେ କିଛି ପୁରୁଣା କିଙ୍ଗ୍‌ପିନ୍‌ ମଧ୍ୟ କାମ କରୁଛନ୍ତି । ଓଡ଼ିଆ ଓ ଅଣଓଡ଼ିଆ ଝିଅଙ୍କୁ କାରବାରରେ ନିୟୋଜିତ କରୁଛନ୍ତି ଦଲାଲ ।

ଅକ୍ଟୋବର ୩୧ ତାରିଖରେ ସୂଚନା ପାଇ ବ୍ରହ୍ମପୁର ଏସ୍‌ପି ଏକ ଗେଷ୍ଟ ହାଉସ୍‌ରେ ଚଢ଼ଉ କରିଥିଲେ । ସେଠାରେ ୩ ଜଣ ଅଣଓଡ଼ିଆ ଝିଅଙ୍କୁ ଉଦ୍ଧାର କରିଥିଲା ପୁଲିସ । କୋଲକାତାରୁ ସେମାନଙ୍କୁ ଅଣାଯାଇଥିବା ପରବର୍ତ୍ତୀ ସମୟରେ ଜଣାପଡିଥିଲା । କୋର୍ଟରେ ସେମାନଙ୍କୁ ହାଜର ପରେ ପରିବାର ଲୋକଙ୍କ ଜିମାରେ ଦିଆଯାଇଥିଲା । ଏହି ରାକେଟ୍‌ର ମୁଖ୍ୟ ଗୋପୀ ସହ କିଛି ସହଯୋଗୀ ଓ ଗ୍ରାହକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୀର୍ଘ ୪ମାସ ସେମାନେ ଜେଲ୍‌ରେ ଥିଲେ । କେବଳ ଏହି ଗୋଟିଏ ନୁହେଁ, ଅନନ୍ତ ନଗରରେ ମଧ୍ୟ ଚାଲିଥିବା ଏକ ସେକ୍ସ ରାକେଟ୍‌ରେ ପୁଲିସ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କମ୍‌ ବୟସ ଝିଅଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଦେହ ବେପାରରେ ଲଗାଉଛନ୍ତି କିଙ୍ଗପିନ୍‌ ।

ସେହିପରି ବୈଦ୍ୟନାଥପୁର ଥାନା ପୁଲିସ ଜଣେ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଥିଲା । ସଂପୃକ୍ତ ମାମଲାରେ ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ଛଅ ମାସ ପରେ ଅଭିଯୁକ୍ତମାନେ ଜାମିନ୍‌ରେ ମୁକୁଳିଥିଲେ ।

ଦେହ କାରବାରରେ ସଂପୃକ୍ତ ରହୁଥିବା ଅଭିଯୁକ୍ତମାନେ ଜେଲ୍‌ରୁ ଫେରିବା ପରେ ସେମାନଙ୍କ ଉପରେ ନଜର ରଖୁନି ପୁଲିସ । ଫଳରେ ପୁଣି ସକ୍ରିୟ କାରବାରକୁ ଚଳାଉଛନ୍ତି । ଥାନା ସୀମାନ୍ତ ଅଞ୍ଚଳରେ ଏହି କାରବାର ଚାଲୁଛି । ଗୋଳନ୍ଥରା-ଗୋସାଇଁନୂଆଗାଁ, ବୈଦ୍ୟନାଥପୁର-ଟାଉନ୍‌ ଥାନା, ସଦର- ନିମଖଣ୍ଡି ଥାନା ସୀମାନ୍ତ ଅଞ୍ଚଳରେ ଏବେ ଦେହ କାରବାର ଚାଲୁଥିବା ସୂଚନା ମିଳିଛି । ଅଣ ଓଡ଼ିଆ ଝିଅଙ୍କୁ ଆଣି ଏଠାରେ ଦେହ ବେପାରରେ ଲଗାଯାଉଥିବା ବେଳେ ସନ୍ଧ୍ୟାରୁ ଆରମ୍ଭ ହେଉଛି କାରବାର । ଚିହ୍ନା ଲୋକ ହିଁ ଫୋନ୍‌ରେ ବୁକିଂ କରୁଛନ୍ତି ।

   Related Posts