ନିଶା ନିବାରଣ କେନ୍ଦ୍ର ନାଁରେ ସଙ୍ଗୀନ ଅଭିଯୋଗ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
31/01/2023 at 11:33 AM

ଭୁବନେଶ୍ୱର ୩୧।୦୧ : ନିଶା ନିବାରଣ କେନ୍ଦ୍ର ନାଁରେ ପୁଣି ସଙ୍ଗୀନ ଅଭିଯୋଗ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନରେ ଥିବା ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି । ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ ଆସିଛି ଅଭିଯୋଗ ।
ଖବର ଅନୁଯାୟୀ, ପଥର ବନ୍ଧ ବସ୍ତିର ସର୍ବେଶ୍ଵର ବେହେରାଙ୍କ ନିଶା ଛଡାଇବା ପାଇଁ ତାଙ୍କୁ ସାଇ କୃପା ନିଶା ନିବାରଣ କେନ୍ଦ୍ରରେ ଗତ ସପ୍ତାହରେ ଭର୍ତ୍ତି କରାଯାଇଥିଲା । ସର୍ବେଶ୍ଵରଙ୍କୁ ନିଶା ମୁକ୍ତ କରିବାକୁ ୭ ହାଜର ଟଙ୍କା ଅଗ୍ରୀମ ଦିଆଯାଇଥିଲା । ସର୍ବେଶ୍ଵରଙ୍କ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି । ସେ ଗତ ୪ ଦିନ ହେବ ଚେତା ଶୂନ୍ୟ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି ।