ଆଇଆରସି ଭିଲେଜ ସ୍କୁଲ ହତ୍ୟାକାଣ୍ଡର ପର୍ଦ୍ଦା ଫାସ: ଜଣେ ଗିରଫ, ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର

Published By : Prameya-News7 Bureau | October 01, 2018 IST

ଭୁବନେଶ୍ବର ୧|୧୦: ନୟାପଲ୍ଲୀ ପୁର୍ଣ୍ଣ ନାୟକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ପଇସା ଧାର କାରବାରଗକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ କହିଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ନରେଶ ମଲ୍ଲିକକୁ କମିଶନରେଟ ପୋଲିସ ଯାଜପୁରର ବରି ଅଂଚଳରୁ ଗିରଫ କରିଛି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ବୁନା ଜେନା ଏବେ ବି ଫେରାର ଅଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।ଗତ ଅଗଷ୍ଟ ୨୧ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନୟାପଲ୍ଲୀ ଆଇଆରସି ଭିଲେଜ ଏକ ହାଇସ୍କୁଲ ପଡିଆରୁ ପୂର୍ଣ୍ଣଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ପୋଲିସର ସୂଚନା ମୁତାବକ ବୁନା ଜେନାଠାରୁ ମୃତ ପୂର୍ଣ୍ଣ ନାଏକ କିଛି ଟଂକା ଧାର ନେଇଥିଲା । ବାରଂବାର ମାଗିବା ସତ୍ତ୍ବେ ଫେରାଉନଥିଲା । ଫଳରେ ଅଗଷ୍ଟ ୨୧ ତାରିଖ ସଂଧ୍ୟରେ ମୋବାଇଲ ହଜିଯାଇଛି ଖୋଜିବାକୁ ଯିବା ବୋଲି ପୂର୍ଣ୍ଣକୁ ବୁନାଜେନା ଏବଂ ତାର ସାଂଗମାନେ ଆଇଆରସି ଭିଲେଜକୁ ଡାକି ନେଇଥିଲେ । ସେଠାରେ ଏକ ଚାପଡ ସାହାର୍ଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପୂର୍ଣ୍ଣଙ୍କ ଜୀବନ ଚାଲିଯାଇଥିଲା । ଅଭିଯୁକ୍ତମାନେ ଝିଅ ଚାଲାଣ ର୍ୟାକେଟ ସହ ସଂପୃକ୍ତ ବୋଲି ମଧ୍ୟ ପୋଲିସ ସୂତ୍ରରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.