ପୁରୁଣାକୁ ବିଦାୟ ନୂଆକୁ ସ୍ବାଗତ, ରାଜଧାନୀରେ ବଲିଉଡ ଷ୍ଟାର ସିଙ୍ଗରଙ୍କୁ ନେଇ ଦମ୍‌ଦାର ପ୍ରୋଗ୍ରାମ

Published By : Prameya-News7 Bureau | December 30, 2019 IST

ଭୁବନେଶ୍ବର ୩୦।୧୨: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ବିଦାୟ ନେବ ୨୦୧୯ । ପୁରୁଣା ବର୍ଷର ସ୍ମୃତିକୁ ତାଜା କରିବା ସହ ନୂଆ ବର୍ଷକୁ ସ୍ବାଗତ କରିବାକୁ ଚଳଚଞ୍ଚଳ ରାଜଧାନୀ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ ହୋଟେଲରେ ଚାଲିଛି ଜୋରଦାର ପ୍ରସ୍ତୁତି । କେଉଁଠି ଡିଜେ ତ କେଉଁଠି ବଲିଉଡ୍ ସିଙ୍ଗର ଡ୍ୟାନ୍ସର ନିଜର ଜଲୱା ଦେଖାଇବେ । ବଲିଉଡ୍ ସିଙ୍ଗର ଓ ଡ୍ୟାନ୍ସରଙ୍କ ଠୁମକାରେ ଝୁମିବେ ଦର୍ଶକ ।

{"id":204722,"sizeSlug":"large"}

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ରାଜଧାନୀର ବିଭିନ୍ନ ହୋଟେଲ ଓ କ୍ଲବ ଗୁଡିରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେଉଁଠି ମୁମ୍ବାଇର କଣ୍ଠଶିଳ୍ପୀ ସେମାନଙ୍କ ସଙ୍ଗୀତ ଯାଦୁରେ ଦର୍ଶକଙ୍କ ମନ ମୋହିବେ । ତ ଆଉ କେଉଁ ହୋଟେଲରେ ବେଲି ଡ୍ୟାନ୍ସ ସାଙ୍ଗକୁ ଖାଦ୍ୟପେୟର ମଜା ଉଠାଇବେ ଦର୍ଶକ । ଏହାଛଡା ଅତ୍ୟାଧୁନିକ ଡିଜେ ବ୍ୟବସ୍ଥା ବି ହୋଇଛି । ଗ୍ରାହକଙ୍କୁ ସବୁ ପ୍ରକାରର ମନୋରଞ୍ଜନର ଖୋରାକ୍ ଯୋଗାଇବା ପାଇଁ ବ୍ୟାପକ ଆୟୋଜନ ହୋଇଛି ।

{"id":204723,"sizeSlug":"large"}

ସେପଟେ ଜିରୋ ନାଇଟ୍ ସେଲିବ୍ରେସନ ବେଳେ କୌଣସି ଅପ୍ରିତିକର ପରିସ୍ଥିତି ଏଡାଇବାକୁ ପ୍ରସ୍ତୁତ ରହିଛି କମିଶନରେଟ୍ ପୋଲିସ । ନୂଆ ବର୍ଷ ପାଇଁ ରାଜଧାନୀରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥି ସହ ଭୁବନେଶ୍ବରରେ ୫ଟି ଅଧିକ ପିସିଆର ଭ୍ୟାନ ଗଡିବ । ମଦ୍ୟପଙ୍କ ଉପରେ କଡା ନଜର ରଖିବ ପୋଲିସ । ଡିସେମ୍ବର ୩୧ ତାରିଖ ରାତି ସାରା ପୋଲିସ କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ଜିରୋ ନାଇଟ୍ ସେଲିବ୍ରେସନ ସମୟରେ କମିସନରେଟ ପୋଲିସର ସମସ୍ତ ଗାଇଡ ଲାଇନ ପାଳନ କରିବାକୁ ହୋଟେଲଗୁଡିକୁ ନିର୍ଦ୍ଦେଶ ରହିଛି । ଏଥି ସହ ଫାୟାର ସେଫଟି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.