ଭୁବନେଶ୍ବର ଡୁମୁଡୁମା ଠାରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

Published By : Prameya-News7 Bureau | October 04, 2018 IST

ଭୁବନେଶ୍ୱର ୩/୧୦: ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଭୁବନେଶ୍ବର ଡୁମୁଡୁମା ଠାରେ ଥିବା ଇନିଷ୍ଟଚ୍ୟୁଟ ଅଫ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟର ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ । ସଂପୃକ୍ତ ଛାତ୍ରଙ୍କ ବାପା ଏନେଇ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଦେଖନ୍ତୁ ଏ ଦୃଶ୍ୟକୁ ହଷ୍ଟେଲ ଡରିମିଟାରୀ ଠାରେ କିଭଳି ଛାତ୍ରଙ୍କୁ ମାଡ ମରାଯାଉଛି । କୋଲକତାର ସୌରଭ ସ୍ବପ୍ନିଲ ଦତ୍ତଙ୍କୁ ମାଡ ମାରିବା ସହ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ପ୍ରଥମେ ସୌରଭ କଲେଜରେ ଜଣାଇଥିଲେ ମଧ୍ୟ କଲେଜ କତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିଲେ । ନିର୍ଯାତନା ଅତିଷ୍ଠ ହେବାରୁ ସୌରଭ ପରିବାର ଲୋକଙ୍କୁ ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.